Fri. Aug 14th, 2026
323 Views

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଜଣେ ଜରିଗୋଟାଳି ଥିଲେ ବୋଲି ଜଣାଯାଇଛି । ତେବେ ତାଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳେ ମହିଳାଙ୍କ ମୃତଦେହ ଏକ ଦୋକାନ ଆଗରେ ପଡ଼ିଥିଲା। ତାଙ୍କ ମୁଣ୍ଡ ଉପରେ ବାଲି ବସ୍ତା ଲଦା ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

By amfnews

Related Post