Wed. Sep 30th, 2026

ଦୋକାନରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

844 Views

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଆଜି ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ତାଙ୍କ ଘର ପାଟକୁରା ଅଞ୍ଚଳରେ ।

ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ପାଣିକୋଇଲି ଥାନାରେ ଅଭିଯୋଗ କରିଥିବା ଏସ୍‌ଡିପିଓ କେଦାରନାଥ ସାହୁ ସୂଚନା ଦେଇଛନ୍ତି।

ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍‌ କରିବାରୁ ଜେଲ ଯାଇଥିଲେ। କିଛି ଦିନ ତଳେ ସେ ଜେଲ୍‌ରୁ ଖଲାସ ହୋଇଥିଲେ। ପାରିବାରିକ କଳହରୁ ଏପରି ଘଟି ଥାଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

By amfnews

Related Post