Wed. Oct 14th, 2026

ଦେଢ଼ ବର୍ଷ ପରେ ଧରାପଡ଼ିଲା ଟ୍ରକ୍‌ ଚୋର

238 Views

ଭୁବନେଶ୍ବର: ପଳାସୁଣୀ ନିକଟରୁ ଦିନ ଦ୍ବିପ୍ରହରରେ ଟ୍ରକ୍‌ ଚୋରି କରିଥିବା ଅଭିଯୁକ୍ତକୁ ଦୀର୍ଘ ଦେଢ଼ ବର୍ଷ ପରେ ଧରିଛି ମଞ୍ଚେଶ୍ବର ଥାନା ପୁଲିସ। ଅଭି‌ଯୁକ୍ତ ହେଉଛି ଜଟଣୀ ପିତାପଲ୍ଲୀର ଅମର ପ୍ରଧାନ ଓରଫ ଗୋବିନ୍ଦ। ସେ ଏଠାରେ ମଞ୍ଚେଶ୍ବର ଭୋଟପଡ଼ାରେ ରହୁଥିଲା। ତା’ଠାରୁ ୪ଟି ଚୋରା ମୋବାଇଲ ଜବତ କରାଯାଇଛି। ୨୦୧୮ ଅପ୍ରେଲ ୮ରେ ରସୁଲଗଡ଼ ଜେନାସାହିରେ ରହୁଥିବା ନୟାଗଡ଼ ନୂଆଗାଁ ଖୁଣ୍ଟାବନ୍ଧର ବାସୁଦେବ ସାହୁଙ୍କର ଟ୍ରକ୍‌ ଚୋରି ହୋଇଥିଲା। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ‌ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ‌ଗୋଟିଏ ଦିନ ପରେ ଟ୍ରକ୍‌ଟି ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା। କିନ୍ତୁ ଟ୍ରକ୍‌ରେ ଥିବା ତାଙ୍କ ମୋବାଇଲ ଚୋରି ହୋଇଯାଇଥିଲା। ଚୋରି ମୋବାଇଲକୁ ପୁଲିସ ଟ୍ରାକ୍‌ କରୁଥିଲା।

By amfnews

Related Post