Fri. Sep 4th, 2026

‘ଦେହ ପାଇଁ ଡିଲ୍‌’ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୁଲିସ୍‌

233 Views

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲରେ ଖୁଲମଖୁଲା ଦେହ ବେପାର ଚାଲିଥିବା ଘଟଣା ପ୍ରଘଟ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି। ଏହାବ୍ୟତୀତ ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ସହିତ ଭୋଗରାଇର ତାଳସାରୀ, ସାହାବାଜିପୁର, ଉଦୟପୁର ଆଦି ସ୍ଥାନରେ ଥିବା ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ପର୍ଯ୍ୟଟକଙ୍କୁ ବଙ୍ଗୀୟ ସୁନ୍ଦରୀଙ୍କ ସେବା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି।  ଯିଏ ଯେତେ ସୁନ୍ଦରୀ, ତାହାର ଦାମ ସେତେ ଅଧିକ। ସେହି ହିସାବରେ ଗ୍ରାହକଙ୍କୁ ଦେବାକୁ ପଡ଼ିଥାଏ ଟଙ୍କା । ବଙ୍ଗୀୟ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇ ବିପୁଳ ଅର୍ଥ କମାଉଥିଲେ ହୋଟେଲ ମାଲିକ । ହେଲେ ଦଲାଲ-ଗ୍ରାହକ ଟଙ୍କା କାରବାରର ଚିତ୍ର ଓଟିଭି କ୍ୟାମେରାରେ ଧରା ପଡ଼ିବା ପରେ ଧରପଗଡ଼ ଆରମ୍ଭ କରିଦେଇଛି ପୁଲିସ୍‌।

ଜଳେଶ୍ୱର ଷ୍ଟେସନ୍‌ ବଜାରରେ ଥିବା ଏକ  ହୋଟଲରେ ଦେହ ବେପାର ପାଇଁ ଚାଲିଛି ଡିଲ୍‌ ଚାଲିଥିବା ବେଳେ ଏହାର ଭିଡିଓ ବାହାରେ ପ୍ରଘଟ ହୋଇଥିଲା।  ଏହାପରେ ପୁଲିସ୍‌ ତନାଘନା ଆରମ୍ଭ କରି ଦେଇଥିଲା।

କିଛି ଦିନ ତଳେ ଭୋଗରାଇ ତାଳସାରୀ ଓ ଉଦୟପୁର ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଗେଷ୍ଟହାଉସ୍‌ରୁ ୩ ବଙ୍ଗୀୟ ରୂପଜୀବୀଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ଗେଷ୍ଟ ହାଉସ୍‌ ମାଲିକ ଫେରାର୍ ଥିଲେ।

ସେହିଭଳି ୮ ଦିନ ତଳେ ଜଳେଶ୍ୱରରେ ଏକ ହୋଟେଲରେ ଦେହବେପାର ଚାଲୁଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ହେଲେ ରୂପଜୀବୀ ଓ ଦଲାଲମାନେ ଜାଣିପାରି ହୋଟେଲ୍‌ରୁ ଚମ୍ପଟ ମାରିଥିଲେ। ପୁଲିସ ସେଠାରୁ ନିରାଶ ହୋଇ ଫେରିଥିଲା।

By amfnews

Related Post