Sat. Apr 25th, 2026

ଦେଶରେ ବଢ଼ୁଛି କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ୫୯୦

216 Views

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଏବେ କରୋନା ମୃତ୍ୟୁସଂଖ୍ୟା ୬୦୦ର ନିକଟବର୍ତ୍ତୀ ହୋଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ହଜାର ପାର କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଯାଏ ଦେଶରେ କରୋନା ଯୋଗୁ ୫୯୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୮, ୬୦୧ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୩୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ଦେଶରେ ଆକ୍ଟିଭ କେସ ସଂଖ୍ୟା ୧୪, ୭୫୯।

ଗତ ୨୪ ଘଣ୍ଟାର ତଥ୍ୟକୁ ହିସାବ କଲେ ଦେଶରେ କରୋନା ଯୋଗୁ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୧୨ ଶହରୁ ଅଧିକ ନୂଆ ମାମଲା ରେକର୍ଡ ହୋଇଛି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ଏହି ୩ ଦିନ ମଧ୍ୟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ୫୯୦ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୩୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୭୪, ଗୁଜରାଟରେ ୭୧, ଦିଲ୍ଲୀରେ ୪୭, କର୍ଣ୍ଣାଟକାରେ ୧୬, ଆନ୍ଧ୍ର ପ୍ରଦେଶରେ ୨୦, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୨, କେରଳରେ ୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବ ୧୬, ରାଜସ୍ଥାନରେ ୨୫, ତାମିଲନାଡୁରେ ୧୭, ତେଲେଙ୍ଗାନାରେ ୨୩, ଉତ୍ତର ପ୍ରଦେଶରେ ୧୮ ଓ ପଶ୍ଚିମବଙ୍ଗରେ ୧୨ ଜଣ ପ୍ରାଣ ହରାଇଛନ୍ତି।

By amfnews

Related Post