Fri. Sep 4th, 2026

ଦେଶରେ ଜରୁରୀ ସାମଗ୍ରୀର ଅଭାବ ନାହିଁ ବୋଲି କହିଲେ ଶାହ

226 Views

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ତାରିଖ ଯାଏ ଦେଶର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱସନା କରିବା ଭଳି କଥା କହିଛନ୍ତି।

ଶାହ ଟ୍ୱିଟ କରି କହିଛନ୍ତି, “ଦେଶର ଗୃହମନ୍ତ୍ରୀ ଭାବରେ ମୁଁ ପୁଣି ଜନସାଧାରଣଙ୍କୁ ଆଶ୍ୱାସନା ଦେଉଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ବିପୁଳ ପରିମାଣର ରହିଛି। ତେଣୁ କେହି ବି ଭୟଭୀତ ହୁଅନ୍ତୁ ନାହିଁ। ସମସ୍ତେ ଗରିବଙ୍କୁ ସହଯୋଗ କରିବା ଦରକାର। ତେଣୁ ଆପଣଙ୍କ ଘର ପାଖରେ ରହୁଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତେ ଆଗେଇ ଆସନ୍ତୁ।”

ସେ ଆହୁରି କହିଛନ୍ତି, “ସାରା ବିଶ୍ୱ କରୋନାରେ ଆଉଟପାଉଟ ହେଉଛି। ହେଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶବାସୀ ଏହା ବିରୋଧରେ ଲଢ଼େଇ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରଙ୍କ ପକ୍ଷରୁ ସମୟ ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଓ ଜନତାଙ୍କ ଉତ୍ତମ ସହଯୋଗ ଦ୍ୱାରା ଆମେ ବେଶ ସକାରାତ୍ମକ ଢଙ୍ଗରେ କରୋନାକୁ ମାତ ଦେଉଛେ। ଭାରତ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ମେ’ ୩ ତାରିଖ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହା ସମୟର ଆବଶ୍ୟକତା।”

By amfnews

Related Post