Sun. Jul 26th, 2026

ଦେବଗଡ଼ରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

224 Views

ଦେବଗଡ଼  : ଦେବଗଡ଼ ସହରକୁ ଜବରଦଖଲମୁକ୍ତ କରିବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ବୁଧବାର ଦ୍ବିତୀୟ ଦିନରେ ବି ଜାରି ରହିଛି। ଦେବଗଡ଼ ପୌରାଞ୍ଚଳର ମୁଖ୍ୟ ବଜାର ସମେତ ବିଭିନ୍ନ ୱାର୍ଡରେ ଡ୍ରେନ୍‌ ଜବରଦଖଲ କରି କରାଯାଇଥିବା ଦୋକାନ ଓ ଘରଗୁଡ଼ିକୁ ଏହି ଉଚ୍ଛେଦ ତାଲିକାରେ ସାମିଲ କରାଯାଇଛି। ଆଜି ମଧ୍ୟ ମାଜିଷ୍ଟ୍ରେଟ ଦାୟିତ୍ବରେ ଦିବ୍ୟଶଙ୍କର ଜୟପୁରିଆ, ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଉପସ୍ଥିତି‌ରେ ଘରୋଇ ବସଷ୍ଟାଣ୍ଡ, ଗୋପବନ୍ଧୁ ଛକ, ପୁରୁଣା ପୋଷ୍ଟ ଅଫିସ ଛକ, ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

By amfnews

Related Post