Thu. Jun 11th, 2026

ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ୩ ଯୁବକ

254 Views

ବଣାଇ :  ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପୁଲିସ ୩  ଯୁବକଙ୍କୁ ଗିରଫ କରିଛି। ଗିର‍ଫ ଅଭିଯୁକ୍ତମାନେ ହେଲେ ପାପୁନ ବାରିକ (୨୬), ବିଜୁ ବାରିକ (୨୪) , ଦୁର୍ଗା ମହାକୁଡ (୨୨)।

ସୂଚନାଅନୁସାରେ, ଗତ ୧୬ ତାରିଖ ରାତିରେ ଯୁବତୀ ଜଣକ  ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଏହି ତିନି ଜଣ ଯୁବକ ଯୁବତୀଙ୍କ ଘରକୁ ଆସିଥିଲେ। ତେବେ ଦୁଇ ଜଣ ଯୁବକ ଘର ବାହାରେ ଜଗି ଥିବା ବେଳେ ଆଉ ଜଣେ ଯୁବକ ଘର ଭିତରକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଯୁବତୀଜଣକ ପାଟି କରିବାରୁ ଘର ବାହାରେ ଜଗିଥିବା ଦୁଇ  ଯୁବକ ଭିତରକୁ ଯାଇ ଯୁବତୀଙ୍କ ତଣ୍ଟି ଚିପିଇବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀଙ୍କ ପାଟି ଶୁଣି  ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ୩  ଯୁବକଙ୍କୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ। ଗତକାଲି ଯୁବତୀ ଥାନାରେ ଏନେଇ  ଅଭିଯୋଗ କରିବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

By amfnews

Related Post