Sat. Jun 13th, 2026

ଦୁଷ୍କର୍ମ ଅଭିଯୋଗରେ ନିମାପଡ଼ା ଥାନାର କନେଷ୍ଟବଳ ଗିରଫ

255 Views

ପୁରୀ  : ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଜଣେ ଦୁଷ୍କର୍ମ ଏବଂ ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇଥିବା ଘଟଣା ସାରା ପୁଲିସ ବିଭାଗରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ପାରିବାରିକ କଳହର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହାକୁ ନେଇ ପୀଡ଼ିତାଙ୍କୁ ବ୍ଲାକମେଲ ବି କରିଥିଲେ।

ସତ୍ୟବାଦୀ ଥାନା ଜଇରାମପୁରର ଉକ୍ତ ମହିଳାଜଣକ ପାରିବାରିକ କଳହ ସଂପର୍କରେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। ଏହି ସମୟରେ କନେଷ୍ଟବଳ ଗଙ୍ଗାଧର ରାଉତ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ବିଭିନ୍ନ ପ୍ରତିଶ୍ରୁତି ଦେଇ ଗଙ୍ଗାଧର ସମ୍ପର୍କ ବଢାଇଥିଲେ। ସମ୍ପର୍କ ନିବିଡ଼ ହେବାପରେ ତାଙ୍କଠାରୁ କିଛି ଟଙ୍କା ଉଧାର ବି ନେଇଥିଲେ। ସରଳତାର ସୁଯୋଗ ନେଇ କନେଷ୍ଟବଳ ଗଙ୍ଗାଧର ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ।

Image result for satyabadi police station

ଏହାପରେ ୨୦୧୮ରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ଗଙ୍ଗାଧର ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ତାଙ୍କୁ ଜାମିନ ବି ମିଳିଥିଲା।  ଏବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଗଙ୍ଗାଧରଙ୍କୁ ସତ୍ୟବାଦୀ ଥାନା ପୁଲିସ ଗତକାଲି ଗିରଫ କରିଥିବା ଜଣାଯାଇଛି।

By amfnews

Related Post