Sat. Apr 25th, 2026

ଦୁର୍ଘଟଣାରେ ଶିଶୁ ସମେତ ୪ଗୁରୁତର

172 Views

ତାରପୁର, ୧୦ା୧୧: କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍‌ ନିକଟରେ ଏକ ପିକଅପ୍‌ ଭ୍ୟାନ ଓ ୨ଟି ବାଇକ୍‌ ମଧ୍ୟରେ ଧକ୍କା ଲାଗିବାରୁ ଜଣେ ଶିଶୁ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ୍‌ଟି କଟକ-ପାରାଦୀପ ରାସ୍ତା ଉପରେ ଆଗ-ପଛ କରି ବୁଲାଉଥିବା ବେଳେ ଦୁଇଟି ବାଇକ୍‌ ସେଥିରେ ଧକ୍କା ଲାଗି ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

ଫଳରେ ଗୋଟିଏ ବାଇକ୍‌ର ଚାଳକ,ବସିଥିବା ମହିଳା ଓ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ଦ୍ବିତୀୟ ବାଇକର ଚାଳକ ମଧୢ ରାସ୍ତା ଉପରେ ସଜ୍ଞାହୀନ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ, ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍‌ ଭ୍ୟାନ୍‌ ଓ ୨ଟି ବାଇକ୍‌କୁ ଜବତ କରିଛି। ଏକୁଟିଆ ଥିବା ବାଇକ୍‌ ଚାଳକଙ୍କ ନାମ ତପନ ସ୍ବାଇଁ ଓ ତାଙ୍କ ଘର ତିର୍ତୋଲ ଥାନା ରାହାମା ସରଳି ଗାଁରେ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ୩ଜଣଙ୍କ ପରିଚୟ ମିଳିପାରି ନାହିଁ।

By amfnews

Related Post