Fri. Jul 3rd, 2026

ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ

263 Views

ସୋର  : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗାଁ ମାର୍କୋଣା ରାସ୍ତାରେ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ  ହେବାରୁ ଦୁଇ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ। ଶନିଙ୍କ ଘର ଗାଁ ମାର୍କୋଣା ଗାଁରେ। ଜଗନ୍ନାଥଙ୍କ ଘର  ନିମଗଡ଼ିଆରେ।

ସୂଚନା ଅନୁଯାୟୀ, ‘ଗାଁ ମାର୍କୋଣା’ ଗାଁରେ ଲକ୍ଷ୍ମୀପୂଜା ହେଉଥିବାରୁ ଯାତ୍ରା ପଡ଼ିଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ଶନି ଓ ଜଗନ୍ନାଥ ଯାତ୍ରା ଦେଖି ବାଇକ୍ ଯୋଗେ ନିମଗଡ଼ିଆ ଗାଁକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଥିବା ଏକ ହମ୍ପସ୍‌ ଅତିକ୍ରମ କରିବା ବେଳେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ରାସ୍ତା କଡ଼ରେ ଥିବା ଗାଡ଼ିଆରେ ପଡ଼ି ଯାଇଥିଲେ ଓ ଅନ୍ୟ ଜଣେ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।  ଖବର ପାଇ ସିମୁଳିଆ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

By amfnews

Related Post