Mon. Sep 28th, 2026

ଦୁବାଇ ଡାକ୍ତରଖାନାରେ ପଡ଼ିଛନ୍ତି ବିରଳ ରୋଗରେ ଆକ୍ରାନ୍ତ ପର୍‌ଭେଜ୍‌ ମୁଶରଫ୍‌

413 Views

ନୂଆଦିଲ୍ଲୀ: ଗୋଟାଏ ବିରଳ ରୋଗର ପ୍ରତିକ୍ରିୟା ଯୋଗୁଁ ଦୁବାଇରେ ଆପଣାଛାଏଁ ନିର୍ବାସିତ ହୋଇ ରହିଥିବା ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ୍‌ ମୁଶରଫ୍‌ଙ୍କୁ ନିକଟରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପାକସ୍ତାନରୁ ପ୍ରକାଶିତ ‘ଦି ଡନ୍‌’ ଖବର ଅନୁସାରେ, ୭୫ ବର୍ଷିୟ ମୁଶରଫ୍‌ଙ୍କ ସ୍ୱାସ୍ଥ୍ୟ ଅବନତି ହେବାରୁ ଶନିବାର ଦିନ ତାଙ୍କୁ ଦୁବାଇର ଏକ ଆଞ୍ଚଳିକ ହସ୍‌ପିଟାଲ୍‌କୁ ନିଆଯାଇଛି। ତାଙ୍କୁ ହୋଇଥିବା ବିରଳ ରୋଗ ଆମିଲଇଡୋସିସ୍‌ର ପ୍ରତିକ୍ରିୟା ଯୋଗୁଁ ଏ ଭଳି ହୋଇଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି।

କିଛି ଦିନ ହେବ ମୁଶରଫ୍‌ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତିକ୍ରିୟା ପରେ ଶନିବାର ଦିନ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଶେଯରେ ଶୋଇ ରହିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ତାଙ୍କୁ ଏହି ରୋଗ ହୋଇଥିବା କଥା ନିଶ୍ଚିତ କରାଯାଇଥିଲା। ଏଥିପାଇଁ ସେ ଲଣ୍ଡନ୍‌ରେ ଚିକିତ୍ସିତ ହୋଇଥିଲେ। ଏହି ରୋଗ କାରଣରୁ ତାଙ୍କ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରୋଟିନ୍‌ ଜମି ଯାଉଛି।

By amfnews

Related Post