Mon. Sep 7th, 2026

ଦୁଇ ସୁପରଷ୍ଟାରଙ୍କ ସହ ରୋମାନ୍‌ସ କରିବାକୁ ଚାହାଁନ୍ତି ତାରା

351 Views

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ରୁ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି ତାରା ସୁତାରିୟା। ତାଙ୍କର ପ୍ରଥମ ସିନେମା ଆରମ୍ଭ ନ ହେଉଣୁ ତାରାଙ୍କୁ ମିଳିସାରିଛି ଦୁଇଟି ଫିଲ୍ମ। ତାରା କହିଛନ୍ତି ଯେ ଏହି ସିନେମା ମଧ୍ୟରେ ସର୍ବପ୍ରଥମେ ସେ ମିଲାପ ଜାଭେରୀଙ୍କ ଫିଲ୍ମ ‘ମରଜାବାଁ’ର ସୁଟିଂ କରିବେ। ‘ମରଜାବାଁ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖ୍‌ ନାୟକ ଭୂମିକାରେ ଅଛନ୍ତି। ଏହା ଏକ ରୋମାଣ୍ଟିକ୍‌-ଥ୍ରିଲର୍‌। ଏଥିରେ ତାଙ୍କୁ ସଂପୂର୍ଣ୍ଣରୂପେ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ତାରା ସୁତାରିୟା। ସେ କହିଛନ୍ତି ଯେ ଏଥିରେ ତାଙ୍କର ଭୂମିକାଟି ଏପରି ଯେ କେହି ନାୟିକା ଏ ବିଷୟରେ ଭାବି ପାରିବେ ନାହିଁ।

ତାରା ପ୍ରଖ୍ୟାତ ନିର୍ଦ୍ଦେଶକ ମିଲନ୍‌ ଲୁଥ୍ରିଆଙ୍କ ଏକ ଫିଲ୍ମରେ ବି କାମ କରିବେ, ଯାହାର ଟାଇଟଲ୍‌ ଏଯାଏଁ ଫାଇନାଲ୍‌ ହୋଇନାହିଁ। ଏହା ସାଉଥ୍‌ର ସୁପରହିଟ୍‌ ଫିଲ୍ମ‘ଆଇ ଏକ୍ସ ୧୦୦’ର ରିମେକ୍‌। ଏଥିରେ ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ୍‌ ସେଟ୍ଟୀ ଡେବ୍ୟୁ କରୁଛନ୍ତି।

ତାରା କହିଛନ୍ତି ଯେ, ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ଓ ରଣବୀର କପୁରଙ୍କ ସହିତ କାମ କରିବା ତାଙ୍କର ସ୍ୱପ୍ନ। ଏ ଦୁହିଁଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍‌ସ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

By amfnews

Related Post