Thu. Sep 3rd, 2026

ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା

329 Views

କଳାହାଣ୍ଡି  : ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର ଭୋର୍‌ ପ୍ରାୟ ୫ଟା ବେଳେ ଦୁଃଖଦାୟକ ଘଟଣାଟି ଘଟିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ। ମାଆ ବିମଳା ମାଝୀ ଦୁଇ ପୁଅ- ୬ ବର୍ଷିୟ ଦୁଷ୍ମନ୍ତ ଏବଂ ୪ ମାସର ରବୀନ୍ଦ୍ରଙ୍କର ତଣ୍ଟିକାଟି ହତ୍ୟା କରିବା ପରେ ରେଳଗାଡ଼ି ତଳେ ଆତ୍ମହତ୍ୟା କରିଛନ୍ତି।

ସକାଳୁ ଗ୍ରାମର କେତେକ ଲୋକ ଶୌଚ ହେବା ନିମନ୍ତେ ଗାଁ ପାଖ ଦେଇ ପଡ଼ିଥିବା ରେଳଧାରଣା ଅଞ୍ଚଳକୁ ଯାଇଥିଲେ। ସେଠାରେ ବିମଳାଙ୍କ ଶବ ପଡ଼ିଥିବା ଦେଖିବା ପରେ ତାଙ୍କ ଘରକୁ ଆସି ପିଲା ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ଦେଖିଥିଲେ। କିନ୍ତୁ, ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ବିମଳାଙ୍କ ସ୍ୱାମୀ ଲିଙ୍ଗା ମାଝୀ ଘରେ ଅନୁପସ୍ଥିତ ଥିଲେ। ଭବାନୀପାଟଣା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post