Sat. Aug 15th, 2026
246 Views

କେନ୍ଦୁଝର : କେନ୍ଦୁଝର ସଦର ଥାନା ଚାନ୍ଦପୋଷି ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଉଭୟ ଟ୍ରକ୍‌ର ଡ୍ରାଇଭର ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକ୍‌ ମଧ୍ୟରୁ ଗୋଟିକରେ ଆଇରନ୍ ଓ ଅନ୍ୟଟିରେ କୋଇଲା ବୋଝେଇ ହୋଇଥିଲା। ଏତେ ଜୋରରେ ଦୁଇଟି ଟ୍ରକ୍ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଶବକୁ ଉଦ୍ଧାର କରିଥିଲେ।

ଅନ୍ୟପକ୍ଷରେ ପୁଲିସ୍ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଖବର ଦିଆଯିବା ସତ୍ତ୍ୱେ ଘଟଣାସ୍ଥଳର ସୀମାକୁ  ୟଘଟଗାଁ ଓ ସଦର ଥାନା ପୁଲିସ୍ ମଧ୍ୟରେ ଟଣାଓଟରା ଯୋଗୁ ଏଭଳି ସ୍ଥିତି ଉପୁଜି ଥିଲା।

ଏହାକୁ ମିଶାଇ ଜିଲ୍ଲାରେ୪ ଦିନରେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଅଛନ୍ତି।

By amfnews

Related Post