Sun. Oct 18th, 2026

ଦୁଇ ଛୁଆଙ୍କ ସମ୍ମୁଖରେ ରଶି ଲଗାଇ ଝୁଲି ପଡ଼ିଲେ !

228 Views

ଭୁବନେଶ୍ୱର : ମହାରାଷ୍ଟ୍ରର ପୁଣେର ଭଗତ ସିଂହ ଚୌକ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଓଡ଼ିଆ ମହିଳା ତାଙ୍କ ଦୁଇ ଛୁଆଙ୍କ ଆଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ରଶ୍ମିତା ଦାସ। ତାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ। ତାଙ୍କର ଏକ ୬ ବର୍ଷର ଝିଅ ଓ ଏକ ୧୦ ମାସର ପୁଅ ଅଛନ୍ତି।

ସୂଚନା ଅନୁଯାୟୀ, ରଶ୍ମିତାଙ୍କ ସ୍ୱାମୀ ରାଜେନ୍ଦ୍ର ପୁଣେର ଏକ ଘରୋଇ କଂପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ତେବେ ବର୍ଷେ ହେଲା ରାଜେନ୍ଦ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି। ଏଥିସହ ସେ ତାଙ୍କର ୬ ବର୍ଷର ଝିଅ ହାତରେ ୧୦ ମାସର ପୁଅର ଦାୟିତ୍ୱ ଦେଇ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା କୁହାଯାଇଛି। ଏନେଇ ରଶ୍ମିତାଙ୍କ ଭାଇ ସଙ୍ଗବୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post