Mon. Sep 21st, 2026

ଦୁଇ କଲେଜ୍ ବାନ୍ଧବୀ ନିଜ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ବିବାହ ବନ୍ଧନରେ ବାନ୍ଧି ହେଲେ

302 Views

ନୂଆଦିଲ୍ଲୀ, ୧ ଜାନୁଆରୀ : ଦୁଇ ଜଣ ଯୁବତୀ କଲେଜରେ ଭେଟ ହୋଇଥିଲେ। ତା’ପରେ ସେ ଦୁହେଁ ପ୍ରେମ ସଂପର୍କରେ ରହିଥିଲେ। ସେ ଦୁହେଁ ପରସ୍ପରକୁ ସମଲିଙ୍ଗୀ ବିବାହ କରିବାକୁ ଚାହୁଁଥିଲେ,କିନ୍ତୁ ପରିବାରର ଚାପରେ ସେ ଦୁହେଁ ପୁରୁଷଙ୍କୁ ବିବାହ କରିଥିଲେ। ଏବେ ପ୍ରାୟ ଛଅ ବର୍ଷ ପରେ ସେହି ଦୁଇ ମହିଳା ନିଜ ନିଜର ସ୍ୱାମୀଙ୍କୁ ଛାଡ଼ପତ୍ର ନେଇ ମନ୍ଦିରରେ ବିବାହ କରିଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି।

ଏହି ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୨୪ ଓ ୨୬ ବର୍ଷ। ସେ ଦୁହିଁଙ୍କ ଘର ହମିରପୁରଠାରେ। ସେ ଦୁହେଁ କାହିଁକି ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି,ତା’ବିଷୟରେ କିଛି କହି ନାହାଁନ୍ତି। ସେମାନେ ସ୍ୱାମୀଙ୍କର କୌଣସି ସଂପତ୍ତିର ଅଂଶୀଦାର ହେବାକୁ ଚାହିଁବେ ନାହିଁ। ଏହି ଦୁଇ ମହିଳା ପ୍ରତୀକାତ୍ମକ ଭାବେ ମନ୍ଦିରରେ ମାଳା ବଦଳାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୁହେଁ କହିଛନ୍ତି ଯେ ଧାରା ୩୭୭ ଅନୁଯାୟୀ ଏକାଠି ରହିପାରିବେ। ସେମାନଙ୍କୁ କେହି ଅସୁବିଧାରେ ପକାଇପାରିବେ ନାହିଁ ବୋଲି କହିଛନ୍ତି ଦୁଇ ମହିଳା ।ସେ ଦୁହେଁ ଆଇନଗତ ଲଢେଇ ଲଢିବା ପରେ ପୁଣି ଏକାଠି ହୋଇ ରହିଛନ୍ତି। ଏହି ସମଲିଙ୍ଗୀ ବିବାହକୁ ସମାଜ କେତେ ଦୂର ଗ୍ରହଣ କରୁଛି,ସେଥି ନେଇ ସେମାନଙ୍କ ମନରେ ଆଦୌ ଆଶଙ୍କା ନାହିଁ।

By amfnews

Related Post