Sun. Oct 4th, 2026

ଦୁଇମାସ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଐଶ୍ୱର୍ଯ୍ୟା : ଅଭିଷେକ ରଖୋଲେ ଏପରି ପ୍ରତିକ୍ରିୟା

226 Views

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାଖାପାଖି ଦୁଇମାସ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଛନ୍ତି। ସେ ତାଙ୍କ ସ୍ୱାମୀ ଅଭିଶେଖ ବଚ୍ଚନଙ୍କ ତିନିଟି ଫଟୋ ସେୟାର କରିଛନ୍ତି। ଏବଂ କବାଡି ଟିମ୍‌ ଫିଙ୍କ୍‌ ପେନ୍‌ଥର୍ସକୁ ସମର୍ଥନ କରିଛନ୍ତି।

ଐଶ୍ୱର୍ଯ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିବା ଫଟୋରେ ଉତ୍ସାହିତ ଅଭିଶେକ ନିଜ ଟିମ୍‌କୁ ଚିୟର କରୁଥିବା ନଜର ଆସୁଛନ୍ତି। ପତ୍ନୀଙ୍କ ଏଭଳି ପୋଷ୍ଟକୁ ନେଇ ସ୍ୱାମୀ ଅଭିଶେଖ ବି ନିଜ ଭଲ ପାଇବା ଦେଖାଇଛନ୍ତି। ସେ କମେଣ୍ଟରେ ଲେଖିଛନ୍ତି, ‘ମୋର ଲକି ଚାର୍ମ।’

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶେଷଥର ମଇ ୨୩ରେ ମା’ ବୃନ୍ଦା ରାୟଙ୍କ ଜନ୍ମଦିନରେ ଫଟୋ ପୋଷ୍ଟ କରିଥିଲେ। ଐଶ୍ୱର୍ଯ୍ୟା, ଅଭିଶେକ ଓ ଆରଧ୍ୟା ନିକଟରେ ୟୁଏସ୍‌ରେ ଛୁଟି କାଟି ଫେରିଥିବା ଖବର ମିଳିଥିଲା। ସେମାନେ ନ୍ୟୁୟର୍କରେ ଋଷି କପୁର ଓ ତାଙ୍କ ପତ୍ନୀ ନିତୁ ସିଂହଙ୍କୁ ଭେଟିଥିଲେ। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭଇରାଲ୍‌ ହୋଇଥିଲା।

By amfnews

Related Post