Fri. May 22nd, 2026

ଦୀପାବଳିରେ ସାମିଲ ହେଲେ କୋଣାର୍କ ପରିଦର୍ଶନରେ ଆସିଥିବା ବିଦେଶୀ ପର୍ଯ୍ୟଟକ

342 Views

କୋଣାର୍କ : ପ୍ରାଚୀନ ଉତ୍କଳୀୟ ପରମ୍ପରାର ମହତ୍ତ୍ୱ ଦେଶ ବିଦେଶର ପର୍ଯ୍ୟଟକଙ୍କୁ କିଭଳି ପ୍ରଭାବିତ କରିଛି ଆଜି ତାହାର ଏକ ଜ୍ବଳନ୍ତ ଉଦାହରଣ କୋଣାର୍କରେ ଦେଖିବାକୁ ମିଳିଛି। ଦୀପାବଳିର ଅବ୍ୟବହିତ ପୂର୍ବରୁ କୋଣାର୍କ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟମନ୍ଦିର ସାମ୍ନାରେ ସମ୍ପର୍ଣ୍ଣ ପାରମ୍ପରିକ ରୀତିନୀତିରେ ଦୀପାବଳି ପାଳନ କରିଛନ୍ତି। ଏଥି ସହିତ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଭାଇଚାରାର ନିବିଡ଼ତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ଫ୍ରାନ୍ସ, ଋଷିଆ ଓ ଜର୍ମାନୀରୁ ୨୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଡ. ମାଇକେଲ୍‌ଙ୍କ ନେତୃତ୍ବରେ କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ନିକଟରେ ଥିବା ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଲୋଟସ୍‌ ରିସର୍ଟରେ ଅବସ୍ଥାନ କରିଛନ୍ତି। ଦୀପାବଳି ଉତ୍ସବର ମହାନତା ସଂପର୍କରେ ଲୋଟସ୍‌ ରିସର୍ଟର ପରିଚାଳକ ଭାରତଭୂଷଣ ବିଶ୍ବାଳ ଏହି ପର୍ଯ୍ୟଟକମାନଙ୍କୁ ଅବଗତ କରାଇବା ପରେ ସେମାନେ ଆଜି ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପରମ୍ପରା ଅନୁଯାୟୀ ଏହାକୁ ପାଳନ କରିଥିଲେ। ମୁରୁଜରେ ଝୋଟିଚିତ୍ର ଆଙ୍କିବା ସହିତ ଦୀପ ଜାଳି ପର୍ଯ୍ୟଟକମାନେ ଦୀପାବଳି ପାଳନ କରିଥିଲେ।

By amfnews

Related Post