Thu. Jul 2nd, 2026

ଦିଲ୍ଲୀ ସୀମାନ୍ତରେ ଉଗ୍ର ହେଲା ଚାଷୀ ଆନ୍ଦୋଳନ: ପାଣି ଓ ଲୁହବୁହା ବାଷ୍ପ ପ୍ରୟୋଗ କଲା ପୁଲିସ

231 Views

ନୂଆଦିଲ୍ଲୀ : ହଜାର ହଜାର ଆନ୍ଦୋଳନକାରୀ ଚାଷୀମାନଙ୍କୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ନ କରାଇ ଦେବା ନିମନ୍ତେ ପୁଲିସ ପାଣି, ଲୁହବୁହା ବାସ୍ପ ପ୍ରୟୋଗ କରିଛି। କିଷାନ୍‌ କ୍ରାନ୍ତି ପଦଯାତ୍ରାକୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ନ କରାଇ ଦେବାକୁ ମଙ୍ଗଳବାର ଦିନ ନିଷିଦ୍ଧାଦେଶ ଜାରି କରାଯିବା ସହ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଥିଲା। ଜାତୀୟ ରାଜଧାନୀର କେତେକ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯାଇଛି। ତାହା ଅକ୍ଟୋବର ୮ ତାରିଖ ଯାଏଁ ବଳବତ୍ତର ରହି ପାରେ।

ରାଜଘାଟ ଠାରେ ଶେଷ ହେବାକୁ ଥିବା ଏହି ପଦଯାତ୍ରାରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ , ପଞ୍ଜାବ ଓ ହରିୟାଣାରୁ ପ୍ରାୟ ୭୦ ଜହାର ସରିକି ଚାଷୀ ଜାତୀୟ ରାଜଧାନୀ ଅଞ୍ଚଳରେ ପହଞ୍ଚିଛନ୍ତି। ଘରୋଇ ଗାଡ଼ି ଏବଂ ଶହ ଶହ ଟ୍ରାକ୍ଟର୍‌ ଟ୍ରଲିରେ ଚଢ଼ି ପ୍ରତିବାଦକାରୀମାନେ ଦିଲ୍ଲୀ ଅଭିମୁଖେ ଆସିଛନ୍ତି।

ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରୁ ବଳପୂର୍ବକ ଅଟକା ଯାଇଥିବା ହଜାର ହଜାର ପ୍ରତିବାଦକାରୀ କୃଷକଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌।

ସେ କହିଛନ୍ତି: ଚାଷୀମାନଙ୍କୁ ଦିଲ୍ଲୀ ଭିତରକୁ ଛାଡ଼ିବା ଉଚିତ। ସେମାନଙ୍କୁ କାହିଁକି ଦିଲ୍ଲୀକୁ ଛାଡ଼ା ଯାଉନି? ଏଇଟା ଭୁଲ୍‌। ଆମେ ଚାଷୀମାନଙ୍କୁ ସମର୍ଥନ କରୁଛୁ।

By amfnews

Related Post