Fri. Apr 24th, 2026

ଦିଲ୍ଲୀ ବିଧାନସଭା ନିର୍ବାଚନ: ଫେବ୍ରୁଆରି ୮ରେ ଭୋଟ ଗ୍ରହଣ, ୧୧ରେ ଫଳାଫଳ ଘୋଷଣା

216 Views

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ। ଚଳିତ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୨ ତାରିଖରେ ଶେଷ ହେଉ ଥିବାରୁ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି ଦେଶର ନିର୍ବାଚନ କମିଶନ ସୁନୀଲ ଅରୋରା। ଏଥିସହ ଆଜି ଠାରୁ ସମଗ୍ର ଦିଲ୍ଲୀରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ମଧ୍ୟ ଲାଗୁ କରି ଦିଆ ଯାଇଥିବା ସେ କହିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ସୂଚୀ

ଜାନୁଆରି ୧୪, ୨୦୨୦: ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ଜାନୁଆରି ୨୧, ୨୦୨୦: ପ୍ରାର୍ଥୀପତ୍ର ଦାଖଲର ଶେଷ ତାରଖ
ଜାନୁଆରି ୨୨, ୨୦୨୦: ପ୍ରାର୍ଥୀପତ୍ରର ଯାଞ୍ଚ
ଜାନୁଆରି ୨୪, ୨୦୨୦: ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ
ଫେବ୍ରୁଆରି ୮, ୨୦୨୦: ଭୋଟ ଗ୍ରହଣ
ଫେବ୍ରୁଆରି ୧୧, ୨୦୨୦: ଭୋଟ ଗଣତି ଓ ଫଳାଫଳ ଘୋଷଣା।

By amfnews

Related Post