Sat. Sep 12th, 2026

ଦିଲ୍ଲୀ ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

236 Views

ନୂଆଦିଲ୍ଲୀ, ନଭେମ୍ବର, ୬: ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ସୋମବାର ଦିଲ୍ଲୀ ରଣଜୀ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୀତିଶ ରଣାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ଯୁବ ଖେଳାଳିଙ୍କୁ ସୁଯୋଗ ‌ଦେବାଲାଗି ଏଭଳି ନିଷ୍ପତ୍ତି ନେଇଥିବା ୩୭ ବର୍ଷୀୟ ଗମ୍ଭୀର ପ୍ରକାଶ କରିଛନ୍ତି। ମୋ‌ତେ ଏହି ଗୁରୁ ଦାୟିତ୍ବରୁ ବିରତି ଦେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ମୁଁ ଡିଡିସିଏର ଚୟନକର୍ତାଙ୍କୁ ଅନୁ‌ରୋଧ କରିଥି‌ଲି ବୋଲି ସେ କହିଛନ୍ତି। ବିଜୟ ହଜାରେ ଟ୍ରଫିରେ ଗମ୍ଭୀରଙ୍କ ନେତୃତ୍ବରେ ଦିଲ୍ଲୀ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେ ଏହି ପ୍ରତିଯୋଗିତାର ଦୁଇଟି ମ୍ୟାଚ୍‌ କେ‌ରଳ (୧୫୧) ଓ ହରିଆଣା (୧୦୪) ବିପକ୍ଷରେ ଶତକ ଅର୍ଜନ କରିଥିଲେ। ନୀତିଶ ଅଧିନାୟକ ରହିଥିଲା ବେଳେ ଧ୍ରୁ‌ବ‌ ସୋରେଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି।

By amfnews

Related Post