Thu. May 14th, 2026

ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ବିଦାୟ ନେଲେ ସୁଷମା ସ୍ୱରାଜ

211 Views

ନୂଆଦିଲ୍ଲୀ : ୮, ସଫଦରଗଞ୍ଜ ଲେନ୍‌ସ୍ଥିତ ସରକାରୀ ବାସଭବନରୁ ଚାଲି ଯାଇଛନ୍ତି ବୋଲି ଶନିବାର ଦିନ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଘୋଷଣା କରିଛନ୍ତି। ଆହୁରି ମଧ୍ୟ ସୁଷମା ସ୍ୱରାଜ କହିଛନ୍ତି ଯେ ପୁରୁଣା ଠିକଣା କିମ୍ବା ଫୋନ୍‌ ନମ୍ବରରେ ଆଉ ତାଙ୍କ ସହ ଯୋଗାଯୋଗ କରି ହେବନାହିଁ। ଟୁଇଟ୍‌ କରି ସେ କହିଛନ୍ତି: ନୂଆଦିଲ୍ଲୀସ୍ଥିତ ୮, ସଫଦରଗଞ୍ଜ ଲେନ୍‌ସ୍ଥିତ ମୋ ସରକାରୀ ବାସଭବନରୁ ଚାଲିଯାଇଛି। ଦୟାକରି ମନେରଖନ୍ତୁ କି, ପୁରୁଣା ଠିକଣା ଓ ଫୋନ୍‌ ନମ୍ବରରେ ମୋ ସହ ଯୋଗଯୋଗ ହେବ ନାହିଁ।

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁଷମା ୨୦୧୮ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ସୁଷମା ଟୁଇଟର୍‌ରେ ଆବେଗିକ ବାର୍ତ୍ତା ଲେଖି ଥିଲେ। ପାଞ୍ଚବର୍ଷ ପାଇଁ ତାଙ୍କୁ ବିଭାଗ ଗ୍ରହଣ କରିବାର ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାରେ ସୁଷମା ସ୍ୱରାଜଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।

By amfnews

Related Post