Thu. Oct 8th, 2026

ଦିଲ୍ଲୀରେ କୋଠା ଭୁଶୁଡ଼ି ୬ ମୃତ

296 Views

ନୂଆଦିଲ୍ଲୀ , ଜାନୁଆରୀ ୦୪  : ରାଜଧାନୀ ଦିଲ୍ଲୀର ମୋତି ନଗର ଅଂଚଳରେ ଆଜି ରାତିରେ ଏକ କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ଏକ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ସୁଦର୍ଶନ ପାର୍କରେ ଅବସ୍ଥିତ ଏହି କୋଠାର ଅବସ୍ଥା ଭଲ ନଥିଲା ଏବଂ ବିସ୍ଫୋରଣ ପରେ ଏକ ବିଶାଳ ଛାତ ଗଳି ପଡ଼ିଥିଲା। ଭଗ୍ନସ୍ତୁପ ତଳୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ରାତି ୮ଟା ୪୫ରେ କୋଠା ଭୁଶୁଡ଼ି ଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା।

By amfnews

Related Post