Sun. Sep 6th, 2026

ଦିଲ୍ଲୀରେ କାର୍‌ ଧକ୍କା ଦେଇ ଖସିଯିବା ମାମଲା: ୪୦୦୦ ମର୍ସିଡିଜ୍‌ କାର୍‌ର ତଥ୍ୟ ଯାଞ୍ଚ କରି ଅଭିଯୁକ୍ତ ଡ୍ରାଇଭର୍‌କୁ ଗିରଫ କଲା ପୁଲିସ

301 Views

ନୂଆଦିଲ୍ଲୀ, ଡିସେମ୍ବର ୫: ଦ୍ୱାରକାର ଗଣପତି ଛକ ଠାରେ ଜଣେ ବୁଲା ଫଳବେପାରୀଙ୍କ ଉପରେ ଚଢ଼ାଇ ମାରିବା ସହ ଅନ୍ୟ ଜଣକୁ ଆହତ କରିଥିବା ଅଭିଯୁକ୍ତ ୨୮ ବର୍ଷିୟ ମର୍ସିଡିଜ୍‌ କାର୍‌ ଚାଳକକୁ ମଙ୍ଗଳବାର ଦିନ ପୁଲିସ ଗିରଫ କରିଥିବା କଥା ପୁଲିସ କହିଛି।

ରବିବାର ରାତିରେ ଦୁର୍ଘଟନା ଘଟିବା ସମୟରେ ସେ ବିଳାସମୟ କାର୍‌କୁ ଚଳାଉଥିଲେ ପାଲାମ କଲୋନି ଅନ୍ତର୍ଗତ ରାଜ୍‌ ନଗରର ବାସିନ୍ଦା ନୁକୁଳ। ଦୁର୍ଘଟନା ଘଟାଇଥିବା କାର୍‌ଟିକୁ ମଧ୍ୟ ଜବତ କରାଯାଇଥିବା କଥା ପୁଲିସ କହିଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଘଟନାସ୍ଥଳରୁ ମିଳିଥିବା ଗୋଟାଏ ମସିଡିଜ୍‌ ଏବ୍ଲେମ୍‌ ହିଁ ତଦନ୍ତ ପାଇଁ ପଥ ପରିଷ୍କାର କରିଥିଲା। ଗାଡ଼ିର ସବିଶେଷ ବିବରଣୀ ପାଇବା ନିମନ୍ତେ ପୁଲିସ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏହି କମ୍ପାନି ନିର୍ମିତ ପ୍ରାୟ ୪୦୦୦ କାର୍‌ର ତଥ୍ୟ ସଂଗ୍ରହ କରିଥିଲା।

ଦୁର୍ଘଟନା ସଂକ୍ରାନ୍ତରେ ଫୋନ୍‌ କରି ପୁଲିସକୁ ଜଣାଇଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ମଧ୍ୟ ପୁଲିସ ପଚରା ଉଚୁରା କରିଥିଲା। ଦୁର୍ଘଟନାସ୍ଥଳ ଆଖପାଖରେ ସିସିଟିଭି କ୍ୟାମେରା ନ ଥିବାରୁ ସେ ସ୍ଥାନ ସହ ସଂଯୋଗ ହୋଇଥିବା ଆଖପାଖ ରାସ୍ତାଗୁଡ଼ିକରୁ ଫୁଟେଜ୍‌ ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା।

ଦୁର୍ଘଟନା ଯୋଗୁଁ ୩୫ ବର୍ଷିୟ ସର୍ବେଶଙ୍କର ମୃତ୍ୟୁ ଘଟିଥିଲା ଏବଂ ୩୦ ବର୍ଷିୟ ଇନ୍ଦର ଆହତ ହୋଇଥିଲେ। ସେମାନେ ସାପ୍ତାହିକ ହାଟରୁ ଘରକୁ ଫେରୁଥିଲେ।

By amfnews

Related Post