Thu. May 14th, 2026

ଦିଲ୍ଲୀରେ ଆଉ ହେବ ନାହିଁ ଲକ୍‌ଡ଼ାଉନ୍‌, ଆବଶ୍ୟକ ପଡ଼ିଲେ ବନ୍ଦ ହେବ ବଜାର

335 Views

ଦିଲ୍ଲୀ,ନଭେମ୍ବର 18 : ଦେଶବ୍ୟାପି କରୋନା ସଂକ୍ରମଣ ବଢୁଥିବା ବେଳେ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏପରିସ୍ଥଳେ ଲକ୍ ଡାଉନ୍ ଉପରେ ପ୍ରଶ୍ନ ଉଠିଥିଲା । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କ୍ୟାବିନେଟ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଲକ୍‌ଡାଉନ୍ ଆଉ ହେବ ନାହିଁ। ଆବଶ୍ୟକ ପଡ଼ିଲେ ବଜାରକୁ ବନ୍ଦ କରି ଦିଆଯିବ। ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ର ଆବଶ୍ୟକତା ନଥିବା ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ କେତେକ ସ୍ଥାନୀୟ କଟକଣା ଜାରି କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

By amfnews

Related Post