Tue. Aug 25th, 2026

ଦଶ ବର୍ଷ ବ୍ୟବଧାନରେ ବଲିଉଡକୁ କମ୍‌ବ୍ୟାକ କରିଥିଲେ ଉର୍ମିଳା ମାତୋଣ୍ଡକର୍‌

438 Views

ମୁମ୍ବାଇ: ଏବେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଉର୍ମିଳା ମାତୋଣ୍ଡକର୍‌ ରାଜନୀତିରେ ବିଶେଷ ସଫଳ ହେବା ଦିଶୁ ନାହିଁ। ହେଲେ ଆପଣ କ’ଣ ଜାଣନ୍ତି ଯେ ସେ ପ୍ରାୟ ଦଶ ବର୍ଷ ବ୍ୟବଧାନ ପରେ ବଲିଉଡ଼୍‍କୁ କମ୍‌ବ୍ୟାକ୍‌ କରିଥିଲେ । ତେବେ ସେ କୌଣସି ସିନେମାରେ ଲିଡ଼୍‍ ହିରୋଇନ୍‌ ଭାବେ ଫେରୁନଥିଲେ ,ବରଂ ଆଇଟମ୍‌ ଗର୍ଲ ବନି ପୁଣି ପରଦାକୁ ଆସିଥିଲେ।

ଉର୍ମିଳା ମାତୋଣ୍ଡକର୍‌ ଯେଉଁ ହିନ୍ଦୀ ସିନେମାରେ ଆଇଟମ୍‌ ନମ୍ବର କରି ଫେରିଥିଲେ , ତାହା ହେଲା ‘ବ୍ଲାକ୍‌ମେଲ୍‌’। ୨୦୧୮ରେ ରିଲିଜ୍‌ ହୋଇଥିବା‘ବ୍ଲାକ୍‌ମେଲ୍‌’ର ଏହି ଗୀତରେ ଜବରଦସ୍ତ ଠୁମ୍‌କା ଲଗାଇଥିଲେ ଉର୍ମିଳା। ଅଭିନୟ ଦେବ ଏହାର ନିର୍ଦ୍ଦେଶକ। ଏହି ସିନେମାରେ ଇରଫାନ୍‌ ଖାନ୍‌ ମୁଖ୍ୟ ଚରିତ୍ରରେ ଥିଲେ।

ଅମିତ୍‌ ତ୍ରିବେଦୀ ‘ବ୍ଲାକ୍‌ମେଲ୍‌’ର ଆଇଟମ୍‌ ନମ୍ବର ‘ବେଓ୍ଵଫା ବିଉଟି’ଗୀତର କଂପୋଜର୍‌ ଓ ପାବନୀ ପାଣ୍ଡେ ଏହାର ଗାୟିକା । ଏହି ଗୀତର ଗୀତିକାର ହେଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ତେବେ ଏହି ସିନେମାରେ ତାଙ୍କ ଆଇଟମ ଗୀତଟି ବିଶେଷ ଲୋକପପ୍ରିୟ ହୋଇ ନଥିଲା।

By amfnews

Related Post