Fri. Jul 17th, 2026

ଦରମା ନ ମିଳିବାରୁ ପୌରପାଳିକା ଅଫିସ୍‌ ସାମ୍ନାରେ ଆବର୍ଜନା ଫିଙ୍ଗିଲେ ସଫେଇ କର୍ମଚାରୀ

373 Views

ବାରିପଦା: ମାସାଧିକ କାଳ ହେବ ଦରମା ମିଳୁ ନ ଥିବାରୁ ସ୍ଥାନୀୟ ପୌରପାଳିକା ସମ୍ମୁଖରେ ବୁଧବାର ସକାଳେ ଆବର୍ଜନା ଫିଙ୍ଗି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଠିକା ସଫେଇ କର୍ମଚାରୀମାନେ।

ସମ୍ପୃକ୍ତ ସଫେଇ କର୍ମଚାରୀଙ୍କୁ ଏକ ସଂସ୍ଥା ଠିକାରେ ନିୟୋଜନ କରିଛି, କିନ୍ତୁ ମାସେ ହେବ ସେମାନଙ୍କୁ ଦରମା ଦେଇନାହିଁ। ଏଥିଯୋଗୁଁ ଗତକାଲି ଠାରୁ ସେମାନେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ଆଜି ଏହାକୁ ଆହୁରି ଯୋର୍‌ କରାଯାଇଥିଲା।

ସକାଳୁ ବିକ୍ଷୋଭକାରୀ ସଫେଇ କର୍ମଚାରୀମାନେ ଆବର୍ଜନା ଆଣି ପୌରପାଳିକା କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଙ୍ଗିଥିଲେ। ଖବର ପାଇ ଏସ୍‌ଡିପିଓ, ଆଇଆଇସି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରାଇବା ସହ ଆଜି ସେମାନଙ୍କୁ ଦରମା ଦେବାକୁ ଠିକା ନେଇଥିବା ସଂସ୍ଥାକୁ ନିର୍ଦେଶ ଦେଇଥିଲେ।

ସରକାରୀ ଅଧିକାରୀମାନଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ପ୍ରତିବାଦକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଫିଙ୍ଗିଥିବା ସ୍ଥାନରୁ ଆବର୍ଜନା ଓଳାଇ ପରିଷ୍କାର କରି ଥିଲେ।

By amfnews

Related Post