Tue. Sep 22nd, 2026

ଥାନାକୁ ଗ୍ରେନେଡ୍‌ ପକାଇଲେ ଆତଙ୍କବାଦୀ; ୬ ସାଧାରଣ ନାଗରିକ ଆହତ

215 Views

ଶ୍ରୀନଗର, ଜାନୁଆରୀ ୩୦ : ବୁଧବାର ସକାଳେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଗୋଟାଏ ଥାନା ଆକ୍ରମଣ କରିବାପୂର୍ବକ ଗ୍ରେନେଡ୍‌ ଫିଙ୍ଗିଛନ୍ତି।

ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁଁ ଛଅ ଜଣ ସାଧାରଣ ନାଗରିକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ଘଟନାଟି ଧହ୍ମାଲ୍‌ ହାଁଜପୋରା ଥାନା ଅଧୀନରେ ଘଟିଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଆୟାଜ୍‌ ଭଟ୍ଟ, ସବ୍‌ଜର ଅହମଦ୍‌ ହାଜମ୍‌ ଏବଂ ବିଲାଲ୍‌ ଅହମଦ ଖତାନା।

ଘଟନା ପରେ ପରେ ଆତଙ୍କବାଦୀମାନଙ୍କୁ ଧରିବା ନିମନ୍ତେ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଛି।

By amfnews

Related Post