Sun. Jun 14th, 2026

ଥାଇଲାଣ୍ଡ ଚାଲାଣ ପୂର୍ବରୁ ବଜ୍ରକାପ୍ତା ଜବତ, ୮ ଅଟକ

338 Views

ମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି  ଜିଲ୍ଲା କାଲିମେଳା  ବ୍ଲକ୍‌ ଅନ୍ତର୍ଗତ ଟାଙ୍ଗୁରକୁଣ୍ଡା ଗାଁରୁ ବନବିଭାଗ ଏକ ବରଳ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ବନବିଭାଗ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, କେତେକ ମାଫିଆ  ମାଲକାନଗିରି ଅଞ୍ଚଳରୁ ବଜ୍ରକାପ୍ତା  ସଂଗ୍ରହ କରି ବିଦେଶକୁ ରପ୍ତାନୀ କରିବା ନେଇ ମସୁଧା କରୁଥିବା ନେଇ ବନବିଭାଗକୁ ଠୋସ ସୂଚନା ମିଳିଥିଲା।  ଏଥିପାଇଁ ସ୍ଥାନୀୟ ଦଲାଲଙ୍କ ସହଯୋଗରେ ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ।  ଗତକାଲି ରାତିରେ  ଟାଙ୍ଗୁରକୁଣ୍ଡା ଅଞ୍ଚଳରୁ ଦଲାଲ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏକ ବୟସ୍କ ବିରଳ ବଜ୍ରକାପ୍ତା ଧରି ଏହାକୁ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଥାଇଲ୍ୟାଣ୍ଡ ଚୋରା ଚାଲାଣ ପାଇଁ ଉଦ୍ୟମ ଚଳାଇଥିିବା ବେଳେ ବନବିଭାଗ ସୂଚନା ପାଇ  ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବନବିଭାଗ ୮ ଜଣଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ ଯେ ପ୍ରାୟ  ୮ ଦିନ ତଳେ  ମାଲକାନଗିରି ଜିଲ୍ଲା ଏମ ଭି-୧୧ ଗାଁରୁ ବିଦେଶକୁ ଚୋରା ଚାଲାଣ ପୂର୍ବରୁ ବନ ବିଭାଗ ଆଉ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା।

By amfnews

Related Post