Wed. Sep 30th, 2026

ଥମୁନି ପିଲା ଚୋରି ଆତଙ୍କ: ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

210 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରି ଆତଙ୍କ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି। ଯାହା ପୁଲିସ୍‌ ଓ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି। ଆଜି ଭୋରରୁ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ହାତିବରୀ ଫାଣ୍ଡି ଜିମା ଦେଇଛନ୍ତି।

ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ହାତିବରୀ ପୁଲିସ୍‌ ଟିମ୍‌କୁ ୪ଘଣ୍ଟା ଅଟକ ରଖିବା ପରେ ଲୋକେ ଛାଡିଥିଲେ। ଉକ୍ତ ଯୁବକ ଜଣଙ୍କ ଝାରଖଣ୍ଡ ପର୍ବା ଗାଁର। ତାଙ୍କର ମାନସିକ ବିକୃତି ଥିବା ଜଣା ପଡ଼ିଥିଲା। ଗତ ୧୫ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଘଟୁଛି।

By amfnews

Related Post