Sun. Apr 26th, 2026

ତିନ୍‌ ତଲାକ୍‌ ଆଇନର ସମୀକ୍ଷା କରିବ ସୁପ୍ରିମ୍‌ କୋର୍ଟ, କେନ୍ଦ୍ରକୁ ଜାରି କରାଗଲା ନୋଟିସ୍‌

203 Views

ନୂଆଦିଲ୍ଲୀ : ତିନ୍‌ ତଲାକ୍‌ ଆଇନ କେବଳ ଅସମାନୁପାତିତ ନୁହେଁ ମାତ୍ରାଧିକ ଏବଂ କଠିନ ବୋଲି ଦର୍ଶାଇ ଦାଏର କରାଯାଇଥିବା ଗୁଡ଼ାଏ ପିଟିସନ୍‌ର ଯାଞ୍ଚ କରିବାକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। ଆନୁଷ୍ଠାନିକ ଭାବେ କୁହାଯାଉଥିବା ମୁସ୍‌ଲିମ୍‌ ଉମେନ୍‌ ଆକ୍ଟ୍‌, ୨୦୧୯ ବିରୋଧରେ କେତେକ ସଂଗଠନ ଫାଇଲ୍‌ କରିଥିବା ପିଟିସନ୍‌ ଉପରେ କେନ୍ଦ୍ର ସରକାର ଜବାବ ଦିଅନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏନ୍‌ଭି ରମନା ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦକାରୀଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ସଲ୍‌ମନ୍‌ ଖୁର୍ଶିଦଙ୍କୁ କହିଲେ, ଆମେ ଏହାକୁ ଯାଞ୍ଚ କରିବୁ।

ଅଗଷ୍ଟ ୨୦୧୭ରେ ଶାୟାରା ବାନୋ ମାମଲାରେ ସୁପ୍ରିମ୍‌ କୋର୍ଟ ତୁରନ୍ତ ତିନ୍‌ ତଲାକ୍‌କୁ ଅସାମ୍ବିଧାନିକ ବୋଲି କହିଥିଲେ। ଏହା ପରେ ପରେ ତିନ୍‌ ତଲାକ୍‌କୁ ଦଣ୍ଡନୀୟ କରିବାକୁ କେନ୍ଦ୍ର ସରକାର ଏକ ବିଲ୍‌ ଆଗତ କରିଥିଲେ। କିନ୍ତୁ, ରାଜ୍ୟସଭାରେ ଏନ୍‌ଡିଏ ସରକାରଙ୍କର ସଂଖ୍ୟା ଗରିଷ୍ଠତା ନ ଥିବାରୁ ତାହା ଅଟକି ଯାଇଥିଲା। ପରେ ଗୋଟାଏ ଅଧ୍ୟାଦେଶ ଜାରି କରାଯାଇ ତିନ୍‌ ତଲାକ୍‌ ପ୍ରବର୍ତ୍ତନ କରାଯାଇଥିଲା।

By amfnews

Related Post