Thu. May 14th, 2026

ତିନି ତଲାକ୍ ବିଲକୁ ମିଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଂଜୁରି

225 Views

ନୂଆଦିଲ୍ଲୀ  : ଗତକାଲି ବିଳମ୍ବିତ ରାତ୍ରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଐତିହାସିକ ତିନି ତଲାକ ବିଲକୁ ମଂଜୁରି ଦେଇଥିବା ଜଣାଯାଇଛି। ତିନି ତଲାକ ଦିଆଯିବାକୁ ଅପରାଧ ଦର୍ଶାଇଥିବା ଏହି ବିଲରେ ରାଷ୍ଟ୍ରପତି ଦସ୍ତଖତ କରିବାପରେ  ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲ ଏବେ ଆଇନରେ ପରିଣତ ହୋଇଛି । ଏହି ଆଇନ ୨୦୧୮ ସେପ୍ଟେମ୍ବର ୧୯ରୁ ପିଛିଲାଭାବେ ଲାଗୁ ହେବ ବୋଲି ଜଣାଯାଇଛି । ରାଜ୍ୟସଭାରେ ମୁସଲିମ ମହିଳା ବିଲ ପକ୍ଷରେ ୯୯ ଭୋଟ ପଡ଼ିଥିବା ବେଳେ ଏହାର ବିରୋଧରେ ୮୪ ଭୋଟ ପଡ଼ିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖରେ ରାଜ୍ୟସଭାରେ ମଧ୍ୟ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍) ବିଲ୍ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହି ବିଲକୁ ବିଜେଡି ସମର୍ଥନ କରିଥିବା ବେଳେ ଜେଡିୟୁ, ଏଆଇଏଡିଏମକେ  କକ୍ଷତ୍ୟାଗ କରିଥିଲେ। ଟିଆରଏସ ଏବଂ ପିଡିପି ସାଂସଦ ଭୋଟ ଦାନରୁ ବିରତ ରହିଥିଲେ । ଅନ୍ୟପକ୍ଷରେ ଏନସିପିର ୨, କଂଗ୍ରେସର ୫, ସପାର ୬, ବିଏସପିର ୪, ଟିଏମସିର ୨, ଆରଜେଡିର ୧ ଏବଂ ଡିଏମକେର ୧ ସଦସ୍ୟ ଅନୁପସ୍ଥିତ ଥିଲେ। ସାଂସଦଙ୍କ କକ୍ଷତ୍ୟାଗ ଏବଂ ଅନୁପସ୍ଥିତି ଯୋଗୁଁ ସରକାରଙ୍କୁ ଏହାର ଫାଇଦା ମିଳିଥିଲା।

By amfnews

Related Post