Fri. Jul 3rd, 2026

ତାମିଲନାଡ଼ୁରେ କଂଗ୍ରେସ ଏବଂ ଡିଏମକେ ମେଣ୍ଟକୁ ନେଇ ଟଣାଓଟରା, ଡିଏମକେ ମୁଖ୍ୟଙ୍କୁ ଭେଟିଲେ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ

329 Views

ଚେନ୍ନାଇ: ତାମିଲନାଡ଼ୁରେ କଂଗ୍ରେସ ଏବଂ ଡିଏମକେ ମେଣ୍ଟକୁ ନେଇ ଟଣାଓଟରା ଲାଗି ରହିଛି। ବିଶେଷକରି ସ୍ଥାନୀୟ ପୌର ନିର୍ବାଚନରେ ଆସନ ବୁଝାମଣାକୁ ନେଇ ବିବାଦ ପରେ ଏହା ଉଗ୍ର ରୂପ ଧାରଣ କରିଥିବା ଆଲୋଚନା ହେଉଛି। କିନ୍ତୁ କଂଗ୍ରେସ ଏବଂ ଡିଏମକେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପରେ ଜୋର ଦେଇଛନ୍ତି ଦୁଇ ଦଳର ବରିଷ୍ଠ ନେତା। ସେମାନେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟର ଘୋଷଣା ହେବା ଦରକାର।

ଏହା ଭିତରେ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ କେଏସ ଆଲାଗିରି ଦଳର ବରିଷ୍ଠ ନେତାମାନଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ବୈଠକ ପରେ ଆଲାଗିରି କହିଛନ୍ତି ଯେ, ଉଭୟ ଦଳ ଭିତରେ କିଛିଟା ମତପାର୍ଥକ୍ୟ ଥିବାରୁ ବିବାଦ ଉପୁଜିଛି। କେଉଁଠି ତ୍ରୁଟି ରହୁଛି ତା‘ର କିପରି ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ, ସେଥିନେଇ ଷ୍ଟାଲିନଙ୍କ ସହ କଥାବାର୍ତ୍ତା ହୋଇଛି। ମତାନ୍ତର ଥିଲେ ବି ଉଭୟ କଂଗ୍ରେସ ଏବଂ ଡିଏମକେ ମେଣ୍ଟ ଲାଗି ଆଗ୍ରହୀ।

ଆଲାଗିରି ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଦୁଇ ଦଳ ଭିତରେ ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା କରାଯିବ ଏବଂ ତା‘ପରେ ବି ଏହି ମେଣ୍ଟ ଜାରି ରହିବ। ଅପରପକ୍ଷରେ ଏମ କେ ଷ୍ଟାଲିନ୍ କଂଗ୍ରେସ ନେତାମାନେ ଆସନ ବୁଝାମଣାକୁ ନେଇ ଅଯଥା ବିବାଦ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି।

By amfnews

Related Post