Wed. Sep 30th, 2026

ତାତିଲେ ମହିଳା, ପିଇଓଙ୍କୁ ଚପଲ ମାଡ଼

262 Views

କାମାକ୍ଷାନଗର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଘର ଯୋଗାଇଦେବାକୁ କିଛି ମହିଳାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଆଜିକାଲି କହି ସମୟ ଗଡ଼ାଇ ଚାଲୁଥିଲେ। ପରିଶେଷରେ ଉତ୍ତ୍ୟକ୍ତ ମହିଳାଙ୍କ ଆକ୍ରୋଶର ଶିକାର ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ବସନ୍ତ ବେହେରା ।  ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ,  ଘର ଯୋଗାଇଦେବାକୁ ବସନ୍ତ କିଛି ମହିଳାଙ୍କଠାରୁ ପୂର୍ବରୁ ଟଙ୍କା ନେଇଥିଲେ ମଧ୍ୟ ଘରର ନାଁ ଗନ୍ଧ ଧରୁ ନ ଥିଲେ। ଯେଉଁଥିପାଇଁ ମହିଳାମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଏଭଳି ମାଡ ମାରିଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଗୋଡାଇ ଗୋଡାଇ ଚପଲରେ ପିଟୁଥିବାର ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ତେବେ ମହିଳାମାନେ ଆଇନକୁ ହାତକୁ ନେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

By amfnews

Related Post