Fri. Sep 4th, 2026

ତହସିଲ ଅଫିସ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

300 Views

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ ଅଫିସରେ ଶନିବାର ଅପରାହ୍ନରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କର୍ମଚାରୀଙ୍କ ନାମ ପ୍ରଶାନ୍ତ ଜେନା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କର୍ମଚାରୀ ଜଣକ ବେକରେ ରସି ଲଗାଇ ତହସିଲ ଅଫିସ୍‌ରେ ଝୁଲୁଥିବା ଅବସ୍ଥା ପୁଲିସ ଉଦ୍ଧାର କରିଛି। ଝୁୁଲୁଥିବା ଅବସ୍ଥାରେ ପ୍ରଶାନ୍ତ ଜେନାଙ୍କ ଗୋଡ ତଳେ ଲାଗିିଥିଲା ଓ ତଳେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ପାରିପାର୍ଶ୍ୱିକ ଦୃଶ୍ୟକୁ ଦେଖି କେହି ହତ୍ୟା କରି ଥାଆଇ ପାରନ୍ତି ବୋଲି ସନ୍ଦେହ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post