Fri. May 22nd, 2026

ତଳେ ପଡ଼ି ଯାଇ ଖଣି କର୍ମଚାରୀଙ୍କ ମୃତ୍ୟୁ

213 Views

ଇବଥର୍ମାଲ, ଜାନୁଆରୀ ୧୮ : ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଛର୍ଲା ନିବାସୀ କର୍ଣ୍ଣ ବାଗ (୫୩)ଙ୍କ ଅସ୍ବାଭାବିକ ଭାବେ ଆକସ୍ମିକ ବିୟୋଗ ଘଟିଛି। ସେ ଓରିଏଣ୍ଟ ‌ଖଣିରେ ଶ୍ରମିକ ଥିଲେ। ବ୍ରଜରାଜନଗର କାଳୀନଗରରେ ସପରିବାର ଏମସିଏଲ କ୍ବାର୍ଟରରେ ରହୁଥିଲେ। ପରିବାରରେ ୨ ପୁଅ ଓ ଗୋଟିଏ ଝିଅ। ପୁଅ ଲବଣୀ ବାଗ ପାଖକୁ ଗୁରୁବାର ନୂଆ ଛର୍ଲାକୁ ଆସିଥିବା ବେଳେ ସେ କର୍ପାବାହାଲ ସାପ୍ତାହିକ ବଜାରକୁ ସୌମ୍ୟରଂଜନ ମାଝିଙ୍କ ସହ ସଂଧ୍ୟା ସମୟରେ ଆସିଥିଲେ। ସେଠାରେ ହଠାତ ତଳେ ପଡ଼ି ଯାଇଥିଲେ। ସୌମ୍ୟରଂଜନ ତାଙ୍କୁ ବନ୍ଧବାହାଲ ଡିସପେନସେରିକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଲନୁସ ଲାକ୍ରା ଘଟଣାର ତଦନ୍ତ ଜାରି ରଖିଛନ୍ତି।

By amfnews

Related Post