Sun. Oct 4th, 2026

ଢେଙ୍କାନାଳ: ପାନ ଦୋକାନ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ହାଇଓ୍ଵା, ଯୁବକ ମୃତ

648 Views

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁସିଆ ବଜାର ଛକ ଉପରେ ଏକ ବାଲିି ବୋଝେଇ ହାଇଓ୍ଵା ଭାରସାମ୍ୟ ହରାଇ ଏକ ପାନ ଦୋକାନ ଊପରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୋକାନରେ ବସିଥିବା ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ହାଇଓ୍ଵା ଚାଳକକୁ ଅଟକ ରଖି ପୁଲିସକୁ ଖବର ଦେଇଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଓଆର୨୩ ବି ୭୬୪୫ ନମ୍ବର ବିଶିଷ୍ଟ ଏକ ହାଇଓ୍ଵା ବାଲି ବୋଝେଇ କରି ବାଇଁସିଆ ବଜାରରେ ଯାଉଥିବା ବେଳେ ଗୋଟିଏ ସ୍ଥାନରେ ଏହାର ଚକା ଦବି ଯିବାରୁ ହାଇଓ୍ଵାଟି ଭାରସାମ୍ୟ ହରାଇ ଏକ ପାନ ଦୋକାନ ଉପରେ ଓଲଟି ପଡ଼ିଥିଲା। ଫଳରେ ଦୋକାନରେ ବସିଥିବା ମନୋଜ ସାହୁ ନମକ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହାଇଓ୍ଵା ତଳେ ଚାପି ହୋଇ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ଗ୍ରାମବାସୀମାନେ ହାଇଓ୍ଵା ଚାଳକକୁ ଅଟକ ରଖିଛନ୍ତି।

By amfnews

Related Post