Fri. Jul 17th, 2026

ଢେଙ୍କାନାଳ କମଳାଙ୍ଗଠାରେ ୭ ହାତୀ ମୃତ୍ୟୁ ଘଟଣା: ବନ ବିଭାଗର ୨ ଅଧିକାରୀ ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

347 Views

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ଶନିବାର ଭୋର ସକାଳୁ ୭ଟି ହାତୀଙ୍କ ମୃତ୍ୟୁ ହେବା ଘଟଣାରେ ସନ୍ଧ୍ୟାରେ ୨ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଢ଼େଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମଣ୍ଡଳୀ ସେକସନ୍‌ର ଫରେଷ୍ଟର ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ପିସିସିଏଫ ଓ୍ଵାଇଲଡ୍‌ ଲାଇଫ୍‌ ନିଲମ୍ବନ କରିଛି। ଏଥି ସହିତ ସେସୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ଶକ୍ତି ବିଭାଗ ପଦକ୍ଷେପ ନେଉ ବୋଲି ଚିଠିରେ ଉଲ୍ଲେଖ ରହିଛି।

ମା’ ପେଟରେ ହାତୀ ଶାବକର ମୃତ୍ୟୁ

ବାହାର ଦୁନିଆ ଦେଖିବା ପୂର୍ବରୁ ମା’ ପେଟରେ ହାତୀ ଶବକର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ସମୟରେ ଏହି ଘଟଣା ଜଣାପଡ଼ିଛି। ହାତୀ ଶାବକ ଜନ୍ମ ହେବା ପୂର୍ବରୁ ମା’ ପେଟରେ ମରି ଯାଇଛି। କଥା କହି ପାରୁ ନଥିଲେ ମଧ୍ୟ ହାତୀମାନେ ମନୁଷ୍ୟଙ୍କ ଅପେକ୍ଷା ବେଶୀ ବୁଦ୍ଧିମାନ। ଦୁର୍ଘଟଣା ପରେ ମୃତ ହାତୀମାନଙ୍କ ବ୍ୟବଚ୍ଛେଦ ଚାଲିଛି। ଏହି ସମୟରେ ୧୪ ଜଣିଆ ହାତୀ ପଳ ମୃତ ହାତୀ ପଡ଼ିଥିବା ସ୍ଥାନକୁ ମୁହାଁଇଛନ୍ତି। ଫଳରେ ଗ୍ରାମର ଲୋକେ ଏବଂ ବନ ବିଭାଗର କର୍ମଚାରୀମାନେ ଆତଙ୍କିତ ହୋଇ ଯାଇଛନ୍ତି। ବନ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଘଟଣାସ୍ଥଳରୁ ଦୂରକୁ ଚାଲି ଆସିଛନ୍ତି।

By amfnews

Related Post