Fri. Jul 3rd, 2026

ଡ୍ରାଇଭର୍‌ର ପତ୍ନୀ ସହ ଭାବ କରି ଡ୍ରାଇଭର୍‌କୁ ମାରି ଶବକୁ ୨୪ ଖଣ୍ଡ କରି ଏସିଡ୍‌ରେ ପକାଇଲେ ଡାକ୍ତର

377 Views

ଭୋପାଳ: ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଠାରେ ଜଣେ ସରକାରୀ ଡାକ୍ତର ତାଙ୍କ ଡ୍ରାଇଭର୍‌କୁ ମାରି ତା’ ଶବକୁ ୨୪ରୁ ଅଧିକ ଖଣ୍ଡ କରି ସେଗୁଡ଼ିକୁ ମିଳାଇ ଦେବା ଲାଗି ଏସିଡ୍‌ ଭରା ଡ୍ରମ୍‌ରେ ପକାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଅଭିଯୁକ୍ତ ଡାକ୍ତରଙ୍କର ପୀଡ଼ିତ ଡ୍ରାଇଭର୍‌ର ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା।ମଙ୍ଗଳବାର ଅପରାହ୍ଣରେ ଡାକ୍ତରଙ୍କର ଗତିବିଧିରେ ସନ୍ଦେହ କରି ତାଙ୍କ ପଡ଼ୋଶୀ ପୁଲିସକୁ ସୂଚାନା ଦେବା ପରେ ସେ ଏସିଡ୍‌ ଭରା ଡ୍ରମ୍‌ରେ ଦେହାଂଶ ପକାଉଥିବା ଅବସ୍ଥାରେ ଧରାପଡ଼ିଥିଲେ।

ଆନନ୍ଦ ନଗରରେ ରହୁଥିବା ଅଭିଯୁକ୍ତ ୫୮ ବର୍ଷିୟ ଡାକ୍ତର ସୁନୀଲ ମନ୍ତ୍ରୀ ସ୍ୱୀକାର କରିଛନ୍ତି କି, ସେ ୩୦ ବର୍ଷିୟ ଡ୍ରାଇଭର୍‌ ବୀରୁ ପଚୌରିଙ୍କୁ ହତ୍ୟା କରିଛନ୍ତି।

ଡାକ୍ତର ମନ୍ତ୍ରୀ ଦିବଂଗତ ପତ୍ନୀ ଏବଂ ବୀରୁଙ୍କ ପତ୍ନୀ ଏକତ୍ର ଆନନ୍ଦ ନଗର ଘରେ ୨୦୧୦ ଠାରୁ ଏକ ବୁଟିକ୍‌ ଚଳାଉଥିବା କଥା ପୁଲିସ କହିଛି।
ଡାକ୍ତରଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ବୀରୁର ପତ୍ନୀ ଏକାକିନୀ ବୁଟିକ୍‌ ଚଳାଇବା ବେଳେ ଡାକ୍ତରମନ୍ତ୍ରୀଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଆରମ୍ଭ ହୋଇଥିଲା। ଏଥିରେ ବୀରୁ ସନ୍ଦେହ କରି ଡାକ୍ତରମନ୍ତ୍ରୀଙ୍କୁ ପଦାରେ ପକାଇ ଦେବ ବୋଲି ଧମକ ଦେଇଥିଲା।

ଏହି ଘଟନାରେ ବ୍ଲାକ୍‌ମେଲ୍‌ କରି ବୀରୁ ଡାକ୍ତର ମନ୍ତ୍ରୀଙ୍କ ଠାରୁ ପଇସାପତ୍ର ମଧ୍ୟ ନେଉଥାଇ ପାରେ। ଏଥିଲାଗି ବୀରୁର ପତ୍ନୀଙ୍କୁ ପଚରା ଉଚୁରା କରାଯିବ ବୋଲି ପୁଲିସ କହିଛି।

ଡାକ୍ତର ମନ୍ତ୍ରୀ କୌଣସି ମତେ ବୀରୁକୁ ବୁଝାଇ ନିଜ ଡ୍ରାଇଭର୍‌ ହେବାକୁ କହିଥିଲେ। ସେ କହିଲେ କି, ତୁମେ ଆମ ସହ ରହିଲେ ଜାଣିପାରିବ ଯେ ଆମ ଦୁହିଁଙ୍କ ମଧ୍ୟରେ କିଛି ସମ୍ପର୍କ ନାହିଁ।

ସୋମବାର ଦିନ ବୀରୁ ପ୍ରଥମ କରି କାମକୁ ଆସିଥିଲା। ହୋଶଙ୍ଗାବାଦ ଠାରୁ ୨୦ କିଲୋମିଟର ଦୂର ଇତାର୍ସି ସିଭିଲ୍‌ ହସ୍‌ପିଟାଲ୍‌କୁ ଯାଇ ସନ୍ଧ୍ୟାରେ ଫେରିଥିଲେ। ଘରେ ଦାନ୍ତ ବିନ୍ଧୁଛି ବୋଲି କହିବାରୁ ଡାକ୍ତର ମନ୍ତ୍ରୀ ବୀରୁକୁୁ ଟାଣୁଆ ପେନ୍‌କିଲର୍‌ ଇଞ୍ଜେକ୍‌ସନ୍‌ଟିଏ ଦେବାରୁ ତାକୁ ଢୋଳ ଲାଗିଥିଲା।

ଏହାର ସୁଯୋଗ ନେଇ ଡାକ୍ତର ମନ୍ତ୍ରୀ ଗୋଟାଏ ଛୁରିରେ ତା’ର ଗଳା କାଟିବା ପରେ କିଛି ଦିନ ତଳୁ ଆଣି ରଖିଥିବା ଏକ କରତରେ ତା’ର ଶବକୁ ୨୪ ଖଣ୍ଡ କରି କାଟିଥିଲେ। ଏହାର ପ୍ରମାଣ ନଷ୍ଟ କରିବାକୁ ସେ ପୂର୍ବରୁ ଏସିଡ୍‌ ଖରିଦ କରି ରଖିଥିଲେ।

ପଡ଼ୋଶୀମାନେ ତାଙ୍କ ଅସ୍ୱାଭାବିକ ଆଚରରେ ସନ୍ଦିହାନ ହୋଇ ପୁଲିସକୁ ଖବର ଦେବା ପରେ ସବୁ କଥା ଜଣାପଡ଼ିଥିଲା।

By amfnews

Related Post