Thu. Oct 1st, 2026

ଡିସେମ୍ବର ୨ରୁ ପିଏଲ୍‌ଜିଏ ସପ୍ତାହ

193 Views

ମାଲକାନଗିରି, ନଭେମ୍ବର ୨୯: ଡିସେମ୍ବର ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି। ସପ୍ତା‌େହ ବ୍ୟାପୀ ଚାଲିବାକୁଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗ୍ରାମରେ ଲୋକେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଲି ଏବଂ ସଭାର ଆୟୋଜନ କରିବେ।

ପିଏଲଜିଏ ଯୁଦ୍ଧରେ ଯେଉଁ ମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ପୁଣି ଥରେ ମନେ ପକାଇ ସେମାନଙ୍କୁ ଅନୁକରଣ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ସଂଗଠନରେ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ମାଓବାଦୀ ଏହି ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ।

ଦୁର୍ଗମ ଅଂଚଳରେ ସହିଦ ସ୍ତମ୍ଭ ନିର୍ମାଣ କରି ସହିଦଙ୍କ ଉଦ୍ଦେଶ୍ୟରେ ନାଚଗୀତର ଆୟୋଜନ କରିବେ। ଶତ୍ରୁକୁ କିପରି ହରାଇ ସେମାନେ ଗତ ୧୮ ବର୍ଷ ଧରି ପିଏଲଜିଏକୁ ପାଳନ କରିଆସୁଛନ୍ତି ସେନେଇ ଗଣନାଟ୍ୟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଚାରୁ ମୁଜୁମଦାର ଏବଂ କହ୍ନେଇ ଚାଟାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କୁହାଯାଇଛି।

By amfnews

Related Post