Wed. Aug 12th, 2026

ଡିସେମ୍ବର ୧୬ରୁ ୨୪ ଘଣ୍ଟିଆ ଏନ୍‌ଇଏଫ୍‌ଟି

224 Views

ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଆସନ୍ତା ଡିସେମ୍ବର ୧୬ ତାରିଖରୁ ନ୍ୟାସନାଲ ଇଲେକ୍ଟ୍ରୋନିକ୍‌ ଫଣ୍ଡସ୍‌ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ୨୪ ଘଣ୍ଟିଆ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟକୁ ସହଜରେ ଟଙ୍କା ପଠାଇ ହୁଏ।

ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଏନ୍‌ଇଏଫ୍‌ଟି ୨୪ ଘଣ୍ଟିଆ ଉପଲବ୍ଧ ହେବାପରେ ବର୍ଷ ସାରା, ଏପରିକି ଛୁଟିଦିନରେ ମଧ୍ୟ ଟଙ୍କା ପଠାଇ ହେବ। ଅର୍ଥାତ ରାତିରେ ଏନ୍‌ଇଏଫ୍‌ଟି ଯୋଗେ ଟଙ୍କା କାରବାର କରିବା ପାଇଁ ପୁଣି ବ୍ୟାଙ୍କ ଖୋଲିବାକୁ ଅପେକ୍ଷା କରିବାକୁ ପଡ଼ିନାହିଁ।

ନିୟମିତ ବ୍ୟାଙ୍କିଙ୍ଗ କାରବାର ସମୟ ପରେ ବ୍ୟାଙ୍କଗୁଡ଼ିକ ‘ଷ୍ଟ୍ରେଟ୍‌ ଥ୍ରୁ ପ୍ରୋସେସିଂ (ଏସ୍‌ଟିପି)’ ମୋଡ୍‌ରେ ଏନ୍‌ଇଏଫ୍‌ଟି କାରବାର ସୁବିଧା କରାଇବେ। ପୂର୍ବରୁ ସରକାର ଡିଜିଟାଲ ବ୍ୟାଙ୍କିଙ୍ଗକୁ ଲୋକପ୍ରିୟ କରିବା ପାଇଁ ଏଭଳି କିଛି ପଦକ୍ଷେପ ନେଇ ଆସିଛନ୍ତି। ଆଇଏମ୍‌ପିଏସ୍‌ ମାଧ୍ୟମରେ ଟଙ୍କା ପଠାଇବାକୁ ମଧ୍ୟ ସରଳ କରାଯାଇଛି। ସେହିଭଳି ୟୁପିଆଇ ଜରିଆରେ ମଧ୍ୟ ଅର୍ଥ ଦେଣନେଣ ସରଳରେ ହୋଇପାରୁଛି।

By amfnews

Related Post