Mon. Oct 5th, 2026
224 Views

ବେଙ୍ଗାଲୁରୁ  : କର୍ଣ୍ଣାଟକାର ଚିତ୍ରଦୁର୍ଗଠାରେ ଠାରେ ଡିଆରଡିଓର ଏକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଏହା ଏକ ଖୋଲା ପଡ଼ିଆ ମଧ୍ୟରେ ଖସି ପଡ଼ିବାରୁ ଏଥିରେ କେହି ବି ମୃତାହତ ହୋଇନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡ୍ରୋନ୍‌ଟି ସକାଳ ୬ଟାରେ ଜୋଡିଚିକେନାହାଲ୍ଲୀ ଠାରେ ଉଡ଼ୁଥିଲା। ହେଲେ ହଠାତ୍‌ ଏହା ସେଠାରେ ଥିବା ଏକ ଚାଷ ଜମି ମଝିରେ ଖସି ପଡ଼ିଥିଲା। ତଳେ ପଡ଼ିବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା। ତେଣୁ ଜୋଡିଚିକେନାହାଲ୍ଲୀ ଗାଁର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଦୁର୍ଘଟଣା ପରେ ଡ୍ରୋନ୍‌ଟି ସଂପୂର୍ଣ୍ଣ ଖଣ୍ଡଖଣ୍ଡ ହୋଇଯାଇଛି।

By amfnews

Related Post