Fri. Aug 14th, 2026

ଡାକ୍ତରଖାନାରେ ଶବରୁ ଆଖି ତାଡ଼ିନେଲେ!

232 Views

ଅନୁଗୋଳ  :   ଶବରୁ ଗାଏବ ହୋଇଗଲା ଆଖି। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଡାକ୍ତରଖାନାରେ। ଗତକାଲି ରାତିରେ ବଅଁରପାଳ ବ୍ଲକ୍‌ ନୂଆହତା ଗାଁର ୪ ବର୍ଷର ଝିଅ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାର ମର୍ଗ ରୁମ୍‌ରେ ରଖାଯାଇଥିଲା। ଆଜି ସକାଳେ ମୃତଦେହରେ ଆଖି ନଥିବା ଦେଖିବାକୁ ମିଳିଥିଲା। ଏହାସହ ମୃତଦେହର ନାକରେ ବି କ୍ଷତ ଚିହ୍ନ ରହିଛି। ଏହାକୁ ନେଇ ପରିବାର ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ଘଟଣା ନେଇ ପରିବାର ଲୋକେ ବଅଁରପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।  ଆଖି ଗାଏବ ସମ୍ପର୍କରେ ପୁଲିସ୍ ଖୋଳତାଡ଼ କରୁଛି। ଏନେଇ ଅଧିକ ସୂଚନା ଡାକ୍ତରଖାନା କର୍ତ୍ତୃପକ୍ଷ ଦେଇପାରିବେ ବୋଲି ବଅଁରପାଳ ଥାନା ଏସ୍ଆଇ କହିଛନ୍ତି। ଏହି ଘଟଣା ସମ୍ପର୍କରେ ଅନୁଗୋଳ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

By amfnews

Related Post