Sat. Apr 25th, 2026

ଠାକୁର ଶ୍ରୀଅଭିରାମ ଭକ୍ତଗୋଷ୍ଠୀ ଓ ସେବା ସମିତି ଆନୁକୂଲ୍ୟରେ ଜଗତଗୁରୁ ଠାକୁର ଶ୍ରୀଅଭିରାମ ପରମହଂସ ଦେବଙ୍କ ୩ୟ ବାର୍ଷିକ ବିଗ୍ରହ ପ୍ରତିଷ୍ଠା ଓ ବାର୍ଷିକୋତ୍ସବ ୨୭ରେ

303 Views

ରାଉରକେଲା, ୨୬ା୧୧  : ଠାକୁର ଶ୍ରୀଅଭିରାମ ଭକ୍ତଗୋଷ୍ଠୀ ଓ ସେବା ସମିତି ଆନୁକୂଲ୍ୟରେ ଜଗଦ୍ଗୁରୁ ଠାକୁର ଶ୍ରୀଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ୩ୟ ବାର୍ଷିକ ବିଗ୍ରହ ପ୍ରତିଷ୍ଠା ଓ ବାର୍ଷିକୋତ୍ସବ ଛେଣ୍ଡ କଲୋନୀ, ଫେଜ୍-୧ ସ୍ଥିତ ଆଶ୍ରମରେ ଚଳିତ ମାସ ୨୭ ତାରିଖ ଦିନ ମହାସମାରୋହରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପୁରୀ କରମଳାସ୍ଥିତ ମୁଖ୍ୟଧାମ ଶ୍ରୀ ଶାନ୍ତି ଆନନ୍ଦାଶ୍ରମର ପୂଜ୍ୟ ଆଚାର୍ଯ୍ୟ ମହୋଦୟ ତଥା ଶ୍ରୀଭଗବତ ଗୋଷ୍ଠୀର ଅନୁମତି ପ୍ରାପ୍ତ ହୋଇ ନିମ୍ନସୂଚୀ ଅନୁଯାୟୀ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଦିବ୍ୟ ଭଗବତ କାର୍ଯ୍ୟକ୍ରମରେ ଧାମର ବରିଷ୍ଠ ସନ୍ନ୍ୟାସୀ ପୂଜ୍ୟସ୍ପଦ ବାବାଜୀ ଶ୍ରୀବୁଦ୍ଧଦେବ ଦାସ ମହାରାଜ, ବାବାଜୀ ଶ୍ରୀତ୍ରିଲୋଚନ ଦାସ ମହାରାଜ, ବାବାଜୀ ଶ୍ରୀଦେବାନନ୍ଦ ଦାସ ମହାରାଜ, ବାବାଜୀ ଶ୍ରୀରାସବିହାରୀ ଦାସ ମହାରାଜ, ବାବାଜୀ ଶ୍ରୀକେଶବାନନ୍ଦ ଦାସ ମହାରାଜ, ବାବାଜୀ ଶ୍ରୀନିତ୍ୟାନନ୍ଦ ଦାସ ମହାରାଜ, ବାବାଜୀ ଶ୍ରୀସ୍ୱରୂପାନନ୍ଦ ଦାସ ମହାରାଜ ଓ ପଣ୍ଡିତ ମଣ୍ଡଳୀ ଯୋଗଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ୨୬ ତାରିଖ ସୋମବାର ଦିନ ବିଶ୍ୱଶାନ୍ତି ଯଜ୍ଞର ଅଙ୍କୁରାରୋପଣ ଅପରାହ୍ନ ୫ଟାରେ ଓ ସନ୍ଧ୍ୟା ଆଳତୀ ପୂଜାର୍ଚ୍ଚନା ଏବଂ ନାମଯଜ୍ଞର ଶୁଭାଧିବାସ ଅନୁଷ୍ଠିତ ହେବ ।

୨୭ ତାରିଖ ମଙ୍ଗଳବାର ଦିନ ପ୍ରାତଃ ୪ଟାରୁ ନାମଯଜ୍ଞର ଶୁଭାରମ୍ଭ, ସାଢେ ୬ଟା ବେଳେ ଯଜ୍ଞ କଳସ ସଂସ୍ଥାପନ, ସାଢେ ୭ଟା ବେଳେ ସୂର୍ଯ୍ୟପୂଜା, ୮ଟାରେ ବିଶ୍ୱଶାନ୍ତି ଯଜ୍ଞର ଶୁଭାରମ୍ଭ, ଅପରାହ୍ନ ସାଢେ ୩ଟାରେ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୂତୀ, ୪ଟାରେ ନାମଯଜ୍ଞ ଉଦ୍ଯାପନ ଓ ନଗରକୀର୍ତ୍ତନ ଦଧିଭାଣ୍ଡ ଭଞ୍ଜନ ଅନୁଷ୍ଠିତ ହେବା ସହ ସନ୍ଧ୍ୟା ସାଢେ ୫ଟାରେ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା, ୭ଟାରେ ଭଜନ ସମାରୋହ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେହାକୁ ଥିବାବେଳେ ରାତ୍ର ସାଢେ ୮ଟାରେ ପ୍ରସାଦ ସେବନ ଓ ସାଢେ ୯ଟାରେ ସାଧୁ ସମ୍ବର୍ଦ୍ଧନା ଓ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

ତେଣୁ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମରେ କଲୋନୀବାସୀ ତଥା ଅଭିରାମ ପରମହଂସ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦାନ ପୂର୍ବକ ବିଭୂକୃପା ଲାଭ ସହ ସାଧୁସନ୍ଥମାନଙ୍କ ଶ୍ରୀମୁଖ ନିସୃତ ବାଣୀ ଓ ହରିକଥା ଶ୍ରବଣ କରି ପରମାନନ୍ଦ ଲାଭ ଏବଂ ଦିବ୍ୟଶାନ୍ତି ପ୍ରାପ୍ତ ହୋଇ ଜୀବନକୁ ଧନ୍ୟ କରିବା ଉଦ୍ଦେଶ୍ୟରେ ଠାକୁର ଶ୍ରୀଅଭିରାମ ଭକ୍ତଗୋଷ୍ଠୀ ଓ ସେବା ସମିତି ଓ ରାଉରକେଲାର ସମସ୍ତ ସଦସ୍ୟବୃନ୍ଦଙ୍କ ପକ୍ଷରୁ ନିବେଦନ କରାଯାଇଛି ।

By amfnews

Related Post