Thu. Jul 2nd, 2026

ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

251 Views

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍‌ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ ।

ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି  ସେ ଦିଗରେ ପୁଲିସ୍‌ ତଦନ୍ତ ଜାରି ରଖିଛି। ଝିଅ ମୃତ୍ୟୁ ଖବର ପାଇ ପରିବାର ଲୋକେ ଥାନାରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି।

By amfnews

Related Post