Tue. Sep 15th, 2026

ଟ୍ରେନ୍‌ ଧକ୍କାରେ ହାତୀ ମୃତ

344 Views

ଢେଙ୍କାନାଳ/ଓଡ଼ାପଡ଼ା : ଢେଙ୍କାନାଳ ବନଖଣ୍ତ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ବାରଦା ରେଲ୍‌େୱ ଲେଭଲ୍‌ କ୍ରସି˚ ଠାରେ ଆଜି ସ˚ଧ୍ୟାରେ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି।

ସନ୍ଧ୍ୟାରେ ନିକଟସ୍ଥ ବେଙ୍ଗ ପାହାଡରୁ ଏକ ଦନ୍ତା ହାତୀ ଏବ˚ ମାଈ ହାତୀ ବାହାରୀ ଦାଣ୍ତିମାଳ ଷ୍ଟେସନ ନିକଟକୁ ଯାଇଥିଲେ। ସେଠାରେ ହାତୀପଲ ରହିଥିବା ବେଳେ ଷ୍ଟେସନ ନିକଟରେ ଥିବା ରେଳ ଫାଟକ ନିକଟରେ ହଠାତ୍‌ ମାଈ ହାତୀଟି ଟ୍ରେନ ଲାଇନ ଉପରକୁ ଚାଲିଯାଇଥିଲା। ଏହି ସମୟରେ ଢେଙ୍କାନାଳରୁ ସଦାଶିବପୁର ଷ୍ଟେସନ ଆଡକୁ ଯାଉଥିବା ଏକ ମାଲବୋଝେଇ ଟ୍ରେନ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି ନୂଆ ରେଳ ଲାଇନ ପାଇଁ ପଡିଥିବା ମାଟି ଉପରେ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ହୋଇଥିଲା। ଅ˚ଚଳବାସୀଙ୍କ ଠାରୁ ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହ˚ଚିଥିଲେ।

ହାତୀ ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ହାତୀଟି ହଠାତ୍‌ ଟ୍ରେନ ଲାଇନ ଉପରକୁ ଚାଲିଆସିବାରୁ ଧକ୍କା ହୋଇଥିବାର ଜଣାପଡ଼ିଛି। ଗତ ଦୁଇ ଦିନ ଧରି ମଠରଗଡ଼ି ସ˚ରକ୍ଷିତ ଜଙ୍ଗଲକୁ ପୁଣି ହାତୀପଲ ଫେରି ଆସିଥିବାର ଜଣାପଡ଼ିଛି। ଏହି ହାତୀ ପଲରେ ୨୪ଟି ମାଈ ହାତୀ ରହିଥିବା ବେଳେ ୮ଟି ଦନ୍ତା ଏବ˚ ୧୬ଟି ଛୁଆ ହାତୀ ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

By amfnews

Related Post