Tue. Jul 14th, 2026

‘ଟ୍ରିପଲ୍ ତଲାକ୍‌’ ପ୍ରଥାକୁ ଇତିହାସର ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଗଲା: ପ୍ରଧାନମନ୍ତ୍ରୀ ମୋଦି

189 Views

ନୂଆଦିଲ୍ଲୀ  : ମଙ୍ଗଳବାର ରାଜ୍ୟସଭାରେ ‘ଟ୍ରିପଲ ତଲାକ୍‌’ ବିଲ୍ ପାରିତ ହୋଇଯାଇଛି। ଏହି ‘ଐତିହାସିକ ମୁହୂର୍ତ୍ତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଏହା ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ।”

ମୋଦି ଏହି ଅବସରରେ କହିଛନ୍ତି, “ଏକ ପୂରୁଣାକାଳିଆ ଏବଂ ମଧ୍ୟଯୁଗୀୟ ପ୍ରଥାର ଅନ୍ତ ଘଟିଛି ଏବଂ ଏହାକୁ ଇତିହାସର ଡଷ୍ଟବିନ୍‌କୁ ଫୋପାଡ଼ି ଦିଆଯାଇଛି। ସେ ଆହୁରି କହିଛନ୍ତି, ସଂସଦରେ ଟ୍ରିପଲ ତଲାକ୍‌ ପ୍ରଥାର ବିଲୋପ ହୋଇଛି ଏବଂ ମୁସଲିମ୍‌ ମହିଳାଙ୍କ କ୍ଷେତ୍ରରେ ଏକ ଐତିହାସିକ ଭୁଲ୍‌ର ସଂଶୋଧନ କରାଯାଇଛି। ଏହା ଲିଙ୍ଗଗତ ନ୍ୟାୟର ବିଜୟ ଏବଂ ସମାଜରେ ଏହା ସମାନତା ଆଣିବ। ଭାରତ ପାଇଁ ଏହା ଉତ୍ସବର ବେଳ।”

‘ଟ୍ରିପଲ୍ ତଲାକ୍‌’କୁ ସମର୍ଥନ ଜଣାଇଥିବା ଗୃହର ଉଭୟ ସଦନର ସାଂସଦମାନଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହି ସାଂସଦମାନଙ୍କ ସମର୍ଥନକୁ ଦେଶର ଇତିହାସ କାଳ କାଳ ପାଇଁ ମନେ ରଖିବ। ମୋଦି ଆହୁରି ମଧ୍ୟ କହିଛନ୍ତି, ଏଭଳି ମସ୍ତବଡ଼ ଭୁଲକୁ ସାହସିକତାର ସହିତ ସାମ୍ନା କରି ଆସୁଥିବା ମୁସଲିମ୍‌ ମହିଳାମାନଙ୍କ ଧୈର୍ଯ୍ୟକୁ ସଲାମ୍‌ କରିବାର ସମୟ ଆସିଛି। ଏହା ସେମାନଙ୍କୁ ସଶକ୍ତ କରିବା ସହ ସେମାନେ ହକ୍‌ଦାର ଥିବା ମର୍ଯ୍ୟାଦା ସେମାନଙ୍କୁ ମିଳିପାରିବ ବୋଲି ସେ କହିଛନ୍ତି।

By amfnews

Related Post