Tue. Sep 29th, 2026

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ଅତିରିକ୍ତ ଆର୍‌ଟିଓ

355 Views

ଗଞ୍ଜାମ : ଜଣେ ଅତିରିକ୍ତ ଆର୍‌ଟିଓ ଗାଡ଼ିରେ ଯିବା ବେଳେ ସିଟ୍‌ବେଲ୍‌ଟ୍‌ ନ ବାନ୍ଧିଥିବା ଘଟଣାର ଏକ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ ଚାଲିଛି। ରବିବାର କୌଣସି ଏକ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରି ସାରି ଏସ୍‌ୟୁଭି ଯୋଗେ ଫେରୁଥିବା ବେଳେ ଅତିରିକ୍ତ ଆର୍‌ଟିଓ ଶାନ୍ତନୁ କୁମାର ପରିଡ଼ା ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଚମାଖଣ୍ଡି ଛକ ନିକଟରେ କେତେକ ଲୋକ ଦେଖି ତାଙ୍କୁ ଅଟକାଇଥିଲେ। ସେ ଜଣେ ଟ୍ରାଫିକ୍‌ ଅଧିକାରୀ ହୋଇ କେମିତି ନିୟମ ଉଲ୍ଲଂଘନ କରୁଛନ୍ତି? ଜଣେ ସରକାରୀ ଅଧିକାରୀ ହୋଇଥିବାରୁ କ’ଣ ତାଙ୍କୁ ସବୁ ମାଫ୍‌ କରି ଦିଆଯିବ?- ଆଦି ପ୍ରଶ୍ନ ପଚାରି ଲୋକେ ଶ୍ରୀ ପରିଡ଼ାଙ୍କ ସହ ଯୁକ୍ତିତର୍କ କରିଥିଲେ।

ତାଙ୍କ ଡ୍ରାଇଭର୍‌ ମଧ୍ୟ ସିଟ୍‌ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେଇ ଅତିରିକ୍ତ ଆର୍‌ଟିଓ ସେଠାରୁ ଗାଡ଼ି ନେଇ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ତାହା କ୍ରମଶଃ ଭାଇରାଲ ହୋଇ ଚାଲିବା ସହ ଜନଅସନ୍ତୋଷ ମଧ୍ୟ ଦେଖା ଦେଇଛି।

By amfnews

Related Post