Sat. May 16th, 2026

ଟ୍ରାକ୍ଟର ଟ୍ରଲିରେ ପିଟି ହେଲା ବାଇକ୍‌; ୨ ମୃତ

160 Views

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଙ୍ଗୁରୁ ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ବୃନ୍ଦାବନ କରକରିଆ ଓ ସଞ୍ଜୟ କରକରିଆ। ଉଭୟଙ୍କ ଘର କଲ୍ୟାଣସିଂହପୁର ବ୍ଲକ୍‌ କୁର୍ଥେଲି ଗାଁରେ।

ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୃନ୍ଦାବନ ଓ ସଞ୍ଜୟ ଏକ ବାଇକ୍‌ରେ ରାୟଗଡ଼ାରୁ ହୋଟେଲ କାମ ସାରି  ନିଜ ଗାଁକୁ  ଫେରୁଥିବା ବେଳେ ଅଙ୍ଗୁରୁ ନିକଟରେ ରାସ୍ତା ଉପରେ ଖରାପ ହୋଇ ପଡ଼ି ରହିଥିବା ଏକ ଟ୍ରାକ୍ଟର ଟ୍ରଲିରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଚାନ୍ଦିଲି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post